କୋର ପଞ୍ଚାୟତରେ ଫସଲହାନୀର ପୁନଃତଦନ୍ତ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କୋର ପଞ୍ଚାୟତର ଶତାଧିକ ଚାଷୀ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ଗତ ଲଘୁଚାପ ବର୍ଷା ଯୋଗୁଁ ତାଙ୍କ ପଞ୍ଚାୟତର ଶତକଡା ୮୦ ଭାଗ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଯାଇଛି । ପାଚିଲା ଧାନ କ୍ଷେତ ପାଣିରେ ବୁଡିରହି ପଚିଷଢି ଯାଇଛି । ଯାହା ଅମଳ କରିବା ସମ୍ଭବ ନୁହେଁ । ସେହି ପଞ୍ଚାୟତର ଲୋକମାନେ କୃଷିଜୀବି ହୋଇଥିବାରୁ କୃଷି ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଉତ୍ପାଦିତ ଫସଲରୁ ଗୁଜୁରାଣ ମେଣ୍ଟାଇବା ସହିତ ପିଲାଙ୍କ ପାଠପଢା, ଝିଅ ବିଭାହ ଏବଂ ସ୍ୱାସ୍ଥ୍ୟ ସେବାରେ ଅର୍ଥ ବିନିଯୋଗ କରିଥାନ୍ତି । ଏହି ପଞ୍ଚାୟତର ୮୦ ଭାଗ ଫସଲ ନଷ୍ଟ ହୋଇଯାଇଥିଲେ ସୁଦ୍ଧା ତଦନ୍ତକାରୀ ଅଧିକାରୀ ଚାଷ କ୍ଷେତକୁ ନଯାଇ ସରଜମିନ ତଦନ୍ତ ନକରି ରାସ୍ତା ଉପରୁ ଫସଲ କିଆରୀକୁ ଦେଖିବା ସହ କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରାପଡା ତହସିଲରେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ତେଣୁ ତାଙ୍କ ପଞ୍ଚାୟତର ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଦାୟୀତ୍ୱପୂର୍ଣ୍ଣ ଅଧିକାରୀଙ୍କୁ ଫସଲ କ୍ଷୟକ୍ଷତିର ପୁନଃତଦନ୍ତ ପାଇଁ ପଠାଇବାକୁ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମହେଶ୍ୱର ନାୟକ, ଦୁଷ୍ମନ୍ତ କୁମାର ପରିଡା, ଜୟପ୍ରକାଶ ବରାଳ, ସୁଧାକର ବରାଳ, ପୁରୁଷୋତ୍ତମ ନାୟକ, ମଧୁସୁଦନ ଦାସ, ରଞ୍ଜନ କୁମାର ନାୟକ, ପ୍ରଭାତ କୁମାର ମହାନ୍ତି, ରତ୍ନାକର ସ୍ୱାଇଁ, ଭୀମସେନ ସ୍ୱାଇଁ ପ୍ରମୁଖ ଶତାଧିକ ଚାଷୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ