ସ୍ୱୟଂ ଶାସନର ନବୀକରଣ ପାଇଁ ୟୁଜିସି ଟିମର କେନ୍ଦ୍ରାପଡା କଲେଜ ପରିଦର୍ଶନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ଅଗ୍ରଣୀ ଉଚ୍ଚ ଶିକ୍ଷା ଅନୁଷ୍ଠାନ କେନ୍ଦ୍ରାପଡା ମହାବିଦ୍ୟାଳୟ ସ୍ୱୟଂ ଶାସନର ନବୀକରଣ ପାଇଁ ୟୁଜିସି ପ୍ରେରିତ ଏକ ଟିମ ଗୁଜୁରାଟ ଭାବନଗରସ୍ଥିତ ମହାରାଜା କୃଷ୍ଣ କୁମାର ସିଂଜୀ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୂଳପତି ପ୍ରଫେସର ଶୈଳେଶ ଜାଲାଙ୍କ ନେତୃତ୍ୱରେ ଶୁକ୍ରବାର କଲେଜ ପରିଦର୍ଶନ କରିଛନ୍ତି । ସେହି ଟିମରେ ଇନ୍ଦୋରର ଦେବୀ ଅହଲ୍ୟା ବିଶ୍ୱ ବିଦ୍ୟାଳୟର ଆନ୍ତର୍ଜାତୀକ ବୃତ୍ତି ଗତ ଅଧ୍ୟୟନ ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ବି.କେ. ତ୍ରିପାଠୀ, ଜୟପୁର ଏସ.ଏନ.ଜୈନ ସୁବୋଧ ସ୍ନାତକତ୍ତୋର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. କେ.ବି. ଶର୍ମା, ଉତ୍କଳ ବିଶ୍ୱ ବିଦ୍ୟାଳୟ ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦେଶକ ଡଃ. ଗଙ୍ଗାଧର ନାୟକ ପ୍ରମୁଖ କଲେଜ ପରିଦର୍ଶନରେ ଆସିଛନ୍ତି । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଆୟୋଗର ଶିକ୍ଷା ଅଧିକାରୀ ମୃଗାଙ୍ଗ ଶେଖର ଶର୍ମା ଏହି ଟିମର ସଂଯୋଜକ ଅଛନ୍ତି । ଆଜି ପୂର୍ବାହ୍ନରେ ଏହି ଟିମ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ କଲେଜ ପକ୍ଷରୁ ପୁରାତନ ଛାତ୍ର ତଥା ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ନେତୃତ୍ୱରେ ଟିମର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ପୁସ୍ତକ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ପରେ ଟିମର ସଦସ୍ୟମାନେ କଲେଜର ଭିତ୍ତିଭୂମି, ବିଭିନ୍ନ ବିଭାଗ, ଗବେଷଣାଗାର ଓ ଶୈକ୍ଷିକ ପ୍ରଣାଳୀ ସମ୍ପର୍କରେ ନିଜ ପରିଦର୍ଶନ ଜରିଆରେ ପ୍ରତ୍ୟେକ୍ଷ ଜ୍ଞାନ ଆହରଣ କରିଥିଲେ । ଏତଦଭିନ୍ନ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହିତ ପ୍ରତ୍ୟେକ୍ଷ ମତ ବିନିମୟ ମଧ୍ୟ କରିଥିଲେ । କେନ୍ଦ୍ରାପଡା ମହାବିଦ୍ୟାଳୟର ସ୍ୱୟଂ ଶାସନ ସୀମା ତୁରନ୍ତ ନବୀ କରଣ ହେବା ପ୍ରୟୋଜନ ଥିବାରୁ ୟୁଜିସି ଟିମର ଏହି ଗ୍ରସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟିମର ଏହି ପରିଦର୍ଶନ ସମୟରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, କଲେଜ ପରିଚାଳନା ପରିଷଦ ସଭାପତି ଡା. ବାସୁଦେବ ପାତ୍ର, ସଦସ୍ୟ ଡଃ. ସେକ ସମସୁର, ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ପ୍ରାଧାପକ ଅଜୟ ସାମଲ, ପ୍ରାଧ୍ୟାପିକା ଅପର୍ଣ୍ଣା ମହାନ୍ତିଙ୍କ ସମେତ ପ୍ରାକ୍ତନ ଅତିରିକ୍ତ ଉଚ୍ଚଶିକ୍ଷା ନିର୍ଦେଶକ ଡଃ. ଅମୀୟ ମହାନ୍ତି, ପୁରାତନ ଛାତ୍ର ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂ ଓ ଭୀମସେନ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ପରିଦର୍ଶନ କାର୍ଯ୍ୟରେ ସକ୍ରୀୟ ସହଯୋଗ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରା ଉପସ୍ଥିତ ରହି ଟିମକୁ ସ୍ୱାଗତ କରିଥିଲେ । କଲେଜ ପ୍ରତିଷ୍ଠାରେ ନିଜର ଅଦମ୍ୟ ପ୍ରଚେଷ୍ଟା ଓ ଉଦ୍ୟମ ନିୟୋଜିତ କରିଥିବା ଏ ଅଞ୍ଚଳର ବରେଣ୍ୟ ଜନନେତା ସ୍ୱର୍ଗତ ଦୀନବନ୍ଧୁ ସାହୁ, ପ୍ରବୀଣ ପ୍ରଶାସକ ସ୍ୱର୍ଗତ ନିମାଇଁ ଚରଣ ଦାସ, ଭାବଗ୍ରାହୀ ମିଶ୍ର ଓ ପ୍ରତିଷ୍ଠାତା ଅଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନାମ ଆଜି ସମସ୍ତଙ୍କ ମଧ୍ୟରେ କଲେଜର ବିଶାଳତାକୁ ନେଇ ବାରମ୍ବାର ଗୁଞ୍ଜରିତ ହେଉଥିଲା । ଶେଷରେ କ୍ୟାପଟେନ ସୀମା ମହାନ୍ତିଙ୍କ ନିର୍ଦେଶନାରେ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ