କ୍ରିଏଟିଭ ଆର୍ଟସ୍ ନାଟକ “ଭାବର ଠାକୁର” ମଞ୍ଚସ୍ଥ, ବିଶିଷ୍ଟ ନାଟ୍ୟକାର ପ୍ରଦୀପ ବିଶ୍ୱାଳ ସମ୍ମାନିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି
ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଦକ୍ଷିଣ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ୍ ଦ୍ଵାର ନାଟକ “ଭାବ ର ଠାକୁର” ମଞ୍ଚସ୍ଥ ହୋଇଯାଇଅଛି, ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ଅବସରରେ ଆୟୋଜିତ ଏହି ସସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଓ ଭକ୍ତ ମାନେ ବିଳମ୍ୱିତ ରାତ୍ରୀ ଯାଏଁ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ବେଳେ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମ କୁ ପାରଳା ବିଧାୟକ କେ. ନାରାୟଣ ରାଓ ଉଦଘାଟନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ମହାଦେଇ କଲ୍ୟାଣୀ ଗଜପତି ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ, ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠି, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଉପସ୍ଥିତ ଥିବା ବେଳେ ସଭାପତିତ୍ୟ କରିଥିଲେ ଅନୁଷ୍ଠାନ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ। ଏହି ଅବସରରେ ନାଟ୍ୟ ନିର୍ଦ୍ଧେଶକ ସ୍ବର୍ଗତ ପ୍ରବୀଣ ପଣ୍ଡା ଙ୍କ ସ୍ମୁତି ସମ୍ମାନ ରେ ବିଶିଷ୍ଟ ନାଟ୍ୟକାର ପ୍ରଦୀପ ବିଶ୍ଵାଳ ଙ୍କୁ ସମ୍ମାନିତ କରାଯାଇଥିଲା।
ଭକ୍ତ ଟିଏ ଜଗନ୍ନାଥ ଙ୍କୁ ହୃଦୟ ରୁ ଭକ୍ତି ର ସହ ଭଲ ପାଏ ଆଉ ଭଗବାନ ନିଜେ ତାକୁ ପରୀକ୍ଷା ନିଅନ୍ତି ହେଲେ ଭକ୍ତର ଭଗବାନ ଙ୍କ ପ୍ରତି ନିଃସ୍ଵାର୍ଥପର ସେବା ଦେଖି ଅଭିଭୂତ ହୋଇଯାଆନ୍ତି ଏପରି ଏକ କାହାଣୀ କୁ ନେଇ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକ କୁ ପ୍ରଦୀପ ବିଶ୍ଵାଳ ରଚନା କରିଥିବା ବେଳେ ନାଟ୍ୟ ପରିକଳ୍ପନା ଦେଇଥିଲେ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଓ ନିର୍ଦ୍ଦେଶନା ଦେଇଥିଲେ ମନୋଜ ପାଢ଼ୀ ଓ ଆଦର୍ଶ ଦାସ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ କ୍ରିଏଟିଭ ଆର୍ଟସ ର କଳାକାର ମାନେ। ନାଟକ ରେ ନିଖୁଣ ଅଭିନୟ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ