ଖଣ୍ଡିଦେଉଳି ହାଇସ୍କୁଲରେ ୭୪ ତମ ବନ ମହୋତ୍ସଵ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲରେ ଇକୋ କ୍ଲବ ଆନୁକୂଲ୍ୟରେ ୭୪ ତମ ବନ ମହଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଡ଼ଃ. ଶଙ୍କର ନାରାୟଣ ବେଜଙ୍କ ପୋୖରହିତ୍ୟିରେ ଅନୁଷ୍ଠିତ ଏହି ଉତ୍ସଵରେ ମୁଖ୍ୟ ଅତିଥି ଖଲ୍ଲିକୋଟ ଏଫଟିଓ ସିଦ୍ଧାର୍ଥ ଶଙ୍କର ସାହୁ , ବକ୍ତା ରୂପେ ଓଏଭି ବିଦ୍ୟାଳୟର ଅଧ୍ୟକ୍ଷ ମାଧୁରୀ ମହାରଣା, ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ ପ୍ରକୃତି ବନ୍ଧୁ ବିଜୟ କୁମାର ବିଶ୍ୱାଳ , ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକ , ପରିଚାଳନା କମିଟିର ସଦସ୍ୟ ରାଜ କିଶୋର ସ୍ବାଇଁ , ବାଉରୀ ବନ୍ଧୁ ଗୌଡ଼, ଯୋଗଦେଇ ଆଜିର ସମୟରେ ବୃକ୍ଷର ଆବଶ୍ୟକତା ଏବଂ ଗଛଟିଏକୁ ମଣିଷଟିଏ ମୁଲ୍ୟ ବୋଧ ଉପରେ ଆଲୋକପାତ କରିଥିଲେ। ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଶିକ୍ଷକ ବିଘ୍ନରାଜ ଦାସ। ଏହି ପରିପ୍ରେକ୍ଷୀରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ବିଦ୍ୟାର୍ଥୀ ବାୟାବାବୁ ସାହୁ , ବିପ୍ର ପ୍ରସାଦ ବିଶ୍ୱାଳ, ପ୍ରଜ୍ଞାପ୍ରରମିତା ସ୍ବାଇଁ, ଶିବାନି ସାହୁ, ସୌମ୍ୟରଞ୍ଜନ ସାହୁ, ମାହେଶ୍ୱରୀ ଗୌଡ଼ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା ଏହି ଉତ୍ସଵକୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ