ଖବର ପ୍ରସାରଣ ପରେ ବାଦ ପଡିଥିବା ଭିନ୍ନକ୍ଷମଙ୍କୁ ଭତ୍ତା ଯୋଗାଇଦେଲା ପ୍ରଶାସନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଖବର ପ୍ରସାରଣ ପରେ ସମଣା ପଞ୍ଚାୟତରୁ ବାଦ ପଡିଥିବା ୫୨ଜଣ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦିଆଯାଇଛି । ଏହି ପଞ୍ଚାୟତରେ ୧୦୪୪ଜଣ ହିତାଧିକାରୀ ଭତ୍ତା ପାଇଆସୁଥିବାବେଳେ ତନ୍ମଧ୍ୟରୁ ୫୨ଜଣ ହିତାଧିକାରୀ ୫ମାସ ହେଲା ଭତ୍ତା ପାଇପାରୁ ନଥିଲେ । ବିଶେଷ କରି ବ୍ଲକର ଜଣେ କର୍ମଚାରୀଙ୍କ ମେରି ରାୟ ନୀତି ଯୋଗୁଁ ଏହି ପଞ୍ଚାୟୟତରେ ୪୧ଜଣ ଦିବ୍ୟାଙ୍ଗ ଆଜକୁ ୫ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇ ନାନା ଦୁଃଖ କଷ୍ଟରେ କାଳାତିପାତ କରୁଥିଲେ । ସେମାନଙ୍କୁ ବାରମ୍ବାର ଏକାଉଣ୍ଟ କୁ ଟଙ୍କା ଯାଇଛି ପାସବୁକ ଚେକ କରିବାକୁ କହି କିଛି ଅଧିକାରୀ ଠକାଇ ଚାଲିଥିଲେ । ଭିନ୍ନକ୍ଷମ ମାନେ ଅନେକ କଷ୍ଟକରି ବ୍ୟାଙ୍କକୁ ଯାଇ ଟଙ୍କା ଯାଇ ନଥିବା ଜାଣି ନିରାଶରେ ଫେରୁଥିଲେ । ବିଶେଷତ କିଛି ଭିନ୍ନକ୍ଷମ ଏହି ଭତ୍ତା ପଇସାରୁ ହିଁ ନିଜର ଔଷଧପତ୍ର କିଣିଥାନ୍ତି । ୫ମାସ ହେଲା ଭତ୍ତା ପାଉନଥିବାରୁ ଔଷଧ ଟିକିଏ କିଣିବାକୁ ପାଇସା ନପାଇ ନାନା ଅସୁବିଧା ଭୋଗ କରୁଥିଲେ । ସେମାନେ ଏନେଇ ବାରମ୍ବାର ବ୍ୟାଙ୍କ, ବ୍ଲକ ଓ ପଞ୍ଚାୟତକୁ ଯାଇ ଯାଇ ନିରାଶ ହେବାପରେ ଗତ ୧୬ତାରିଖ ଦିନ ୫୦ରୁ ଉର୍ଦ୍ଧ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉକରି ଭତ୍ତା ପାଇଁ ଦାବି କରିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନ ଏମାନଙ୍କ ସ୍ଥିତି ସମ୍ପର୍କରେ ଜାଣିବାପରେ ତୁରନ୍ତ ସେମାନଙ୍କ ବକେୟା ଭତ୍ତା ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ଆଜି ପିଇଓ ଜିତେନ୍ଦ୍ର କୁମାର ଜେନା, ଜିଆରଏସ ବିଷ୍ଣୁ ସାହୁ , ଭତ୍ତାଟଙ୍କା ଧରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ହିତାଧିକାରୀ ମାନଙ୍କୁ ଡକାଇ ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ ଓ ସରପଞ୍ଚ ଜଗବନ୍ଧୁ କାଣ୍ଡିଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଯେଉଁ ପ୍ରଶାସନ ଆଜି ପର୍ଯ୍ୟନ୍ତ ଆମ ଦୁଖଃ ବୁଝୁନଥିଲା ଆମେ ଧାଇଁ ଧାଇ ୫ମାସ ହେଲା ହିନସ୍ଥା ହେଉଥିଲୁ କିନ୍ତୁ ଗଣମାଧ୍ୟମ ଯୋଗୁଁ ଆମକୁ ଆଜି ସହଜରେ ଭତ୍ତା ଟଙ୍କା ମିଳିଲା ବୋଲି ହିତାଧିକାରୀ ମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ