ଖ୍ରୀଷ୍ଟମାସ ପାଇଁ ସଜେଇ ହେଲାଣି ଚର୍ଚ୍ଚ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଆଉ ମାତ୍ର ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ ହୋଇଥିବାରୁ ଏହାକୁ ନେଇ ସମସ୍ତ ବ୍ରହ୍ମପୁରର ସମସ୍ତ ଚର୍ଚ୍ଚରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଖ୍ରୀଷ୍ଟମାସ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀଙ୍କ ପର୍ବ ହୋଇଥିବାବେଳେ ବର୍ତ୍ତମାନ ସବୁବର୍ଗର ଲୋକେ ଏହି ପର୍ବକୁ ପାଳନ କରୁଛନ୍ତି। ତେବେ ଓଡ଼ିଶାରେ ଏହାକୁ ବଡ଼ଦିନ ରୂପେ ପାଳନ କରାଯାଏ । ଏହି ପର୍ବକୁ ପାଳନ କରିବା ପାଇଁ କିଏ ଖ୍ରୀଷ୍ଟମାସ୍ ଟ୍ରିରେ ତ ଆଉ କିଏ ସୁନ୍ଦର ଆଲୋକମାଳାରେ ଘର ସଜେଇଥାନ୍ତି । ଭିଡ଼କୁ ନଜରରେ ରଖି ଚର୍ଚ୍ଚମାନଙ୍କରେ ମଧ୍ୟ ସିସିଟିଭି କ୍ୟାମେରା ଓ ବ୍ୟାପକ ପୋଲିସ ମୁତୟନ କରିବା ପାଇଁ ଚର୍ଚ୍ଚର କାର୍ଯ୍ୟକାରୀ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇସାରିଛି । ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡସ୍ଥିତ କ୍ୟାଥଲେଟିକ ଚର୍ଚ୍ଚ ଠାରୁ ଆରମ୍ଭ କରି ଗିରିରୋଡସ୍ଥିତ ବାପ୍ଟିଷ୍ଟ ଚର୍ଚ୍ଚ ସମେତ ସମସ୍ତ ଚର୍ଚ୍ଚରେ ଧୁମଧାମରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚର୍ଚ୍ଚ ପରିସରରେ ସ୍ୱତନ୍ତ୍ର ଖ୍ରୀଷ୍ଟମାସ୍ ଟ୍ରି ତିଆରି କରାଯିବାସହ ଚର୍ଚ୍ଚକୁ ଆଲୋକମାଳାରେ ସଜାଇବା ତଥା ଚର୍ଚ୍ଚ ସମ୍ମୁଖରେ ଖ୍ରୀଷ୍ଟମାସ୍ ଟ୍ରି ଓ ଷ୍ଟାର୍ ଶୋଭା ପାଉଛି । ବଡ଼ଦିନ ଅବସରରେ ଚର୍ଚ୍ଚମାନଙ୍କରେ ସକାଳ ୧୦ଟାରେ ଇଂରାଜୀ ଓ ଅପରାହ୍ଣ ୩ଟାରେ ଓଡ଼ିଆରେ ପ୍ରାର୍ଥନା ହେବ। ଏହି ଅବସରରେ ଚର୍ଚ୍ଚରେ ବାଇବେଲ ମେମୋରିଭର୍ସ, ଭକ୍ତି ସଙ୍ଗୀତ ଓ ବାଇବେଲ କୁଇଜ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ