ଗଂଜାମ ଜିଲ୍ଲାପରିଷଦର ଷଷ୍ଠ ସାଧାରଣ ଅଧିବେଶନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଗଂଜାମ ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନବନିର୍ବାଚିତ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇଙ୍କୁ ଶପଥ କରାଇଥିଲେ । ସେହିପରି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ପରିଷଦର ଷଷ୍ଠସାଧାରଣ ବୈଠକରେ ଯୋଗ ଦେଇଥିବା ନବନିର୍ବାଚିତ ବିଧାୟକ/ସାଂସଦ, ଜିଲ୍ଲା ଯୋଜାନ କମିଟିର ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, ଆପଣ ମାନେ ଜାଣିଛନ୍ତି ଗଞ୍ଜାମ ଜିଲ୍ଲା ହେଉଛି ରାଜ୍ୟର ସର୍ବ ବୃହତ୍ତମ ଜିଲ୍ଲା । ରାଜ୍ୟ ସରକାର ଯେ କୌଣସି ଜନକଲ୍ୟାଣ ଯୋଜନା ପ୍ରଥମେ ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ କରୁଛନ୍ତି । ଏନେଇ ୍ଗୃହରେ ଏକ ପ୍ରସ୍ତାବ ଗୃହୀତ ହୋଇ ୫ଟି କୁ କାର୍ଯ୍ୟକରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସଦସ୍ୟ ଧନ୍ୟବାଦ ଦେଇଥିଲେ । ଗଂଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ୫ଟି ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ଗୃହରେ କହିଥିଲେ । ଜିଲ୍ଲାରେ ଅଧିକାଂଶ ମେଡିକାଲରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି ଏବଂ ଡାକ୍ତରମାନେ ଠିକ୍ ଭାବେ ସେବା ଯୋଗାଉ ନାହାନ୍ତି । ଏହାସହ ରୋଗୀ ମାନଙ୍କୁ ଉଚିତ ବ୍ୟବହାର କରୁନାହାନ୍ତି ବୋଲି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଂଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଜିଲ୍ଲାପରିଷଦ ସଭ୍ୟ ବୃନ୍ଦାବନ ଖଟେଇଙ୍କ ସମେତ ବହୁ ସଦସ୍ୟ ମାନେ ନିଜ ନିଜ ଅଂଚଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖରାପ ଥିବା ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଅଧିକାରୀଙ୍କୁ ପ୍ରଶ୍ନ ବାଣ କରିଥିଲେ । ଏହାସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗଂଜାମ ଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ମୋ ସ୍କୁଲ ଅଭିଯାନ, ପିଲା ଟିଏ ଗଛ ଟିଏ, ପରିମଳ ବିଦ୍ୟାଳୟ, ସ୍କଲରେ କିଚେନ୍ ଗାର୍ଡେନ ଏବଂ ଛାତ୍ରଛାତ୍ରୀ ସୁବିଧା ନିମନ୍ତେ ଏବେ ମଧୁ ଆପ୍ ର କାର୍ଯ୍ୟକ୍ରମ କରାଯାଉଛି ବୋଲି ଜିଲ୍ଲାଶିକ୍ଷାଅଧିକାରୀ କହିଥିଲେ । ଏହାପରେ ଗୃହରେ ଥିବା ବହୁ ସଦସ୍ୟ ମାନେ ଜିଲ୍ଲାରେ ଆବଶ୍ୟକ ଅନୁସାରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନାହନ୍ତି ବୋଲି କହିବା ସହ ଆଉ କେତକ ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ପାରିପାଶ୍ୱିକ ସୁବିଧା ନିଥିବା କହିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଥିଲେ ଛତ୍ରପୁର ବ୍ଲକର ରାମପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସମସ୍ୟା ଉପରେ କହିବା ସହ ଗଂଜାମ ସହର ଭାରତୀ ବିଦ୍ୟାପୀଠରେ ଏକ ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ ସେଠାରେ ପ୍ରଧାନ ଶିକ୍ଷକ ନାହାନ୍ତି । ତେଣୁ ତୁରନ୍ତ ଏହାର ସମାଧାନ କରିବାକୁ କହିଥିଲେ । ଏହାସହିତ ଛତ୍ରପୁର ବିଇଓ ଅଫିସର କିରାଣୀଙ୍କ ବଦଳି ହୋଇଯାଇଥିଲେ ସୁଦ୍ଧା ତାଙ୍କୁ କାହିକି ବଦଳି କରାଯାଉନାହିଁ । ସେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ବିଧାୟକ ଶ୍ରୀ ବେହେରା ଅଭିଯୋଗ କରିଥିଲେ । ଏହାର ଉତ୍ତରରେ ଜିଲ୍ଲାଶିକ୍ଷାଅଧିକାରୀ କହିଥିଲେ ଯେ ସରକାରଙ୍କ ନିୟମ ଅନୁଯାୟୀ ଜଣେ ୬ବର୍ଷରୁ ଉଦ୍ଧ୍ୱର୍ ତାଙ୍କୁ ତୁରନ୍ତ ବଦଳି କରାଯିବ । ତେଣୁ ଏହାର ଉପରେ ଧ୍ୟାନ ଦେବ ବୋଲି କହିଥିଲେ । ଜିଲ୍ଲାପାଳ କହିଥିଲେ ଯେ କିରାଣୀ କୈାଣସି ରାଜନୈତିକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ତେବେ ଏହାକୁ ବରାଦାସ୍ତ କରାଯିବ ନାହଁ । ଆସିକା ସାଂସଦ ପ୍ରମିଳା ବିଷୋୟୀ କହିଥିଲେ ଯେ ସ୍ୱଂୟ ସହାୟିକା ମହିଳା ଗୋଷ୍ଠୀର ମା ମାନଙ୍କ ପନିପରିବା ଚାଷ କରିବା ନିମନ୍ତେ ନଳକୂପ ଓ ଗଭୀର ନଳକୂପ ଖନନ ପ୍ରଦାନ କଲେ ସେମାନେ ଉପକୃତ ହେବେ । ସେହିପରି ଛତ୍ରପୁର ବ୍ଲକର ୨୧ନଂ ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ଏସ.କିଶୋର ରେଡ୍ଡୀ କହିଥିଲେ ଯେ ଛତ୍ରପୁର ବ୍ଲକ କରାତଳି ତାମ୍ପରା ହ୍ରଦରେ କିଛି ଦଲାଲ ବେଆଇନ ଭାବେ ମାଛ ଚାଷ କରୁଥିବାରୁ ଏହା ଠିକ୍ ଜଳ ନିଷ୍କାସନ ହେଉନି ଏବଂ ପୁତି ହୋଇଥିବା ଜୟ ମଙ୍ଗଳ କେନାଲ ପୁନଃରୁଦ୍ଧାର କାରଯାଉ । ଏହାସହିତ ଛତ୍ରପୁର ବ୍ଲକରେ କିରୋସିନି ହିତାଧିକାରୀ ମାନଙ୍କୁ ଟିପ୍ ନମାରି ଦିଆଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ଏହାସହ ଗୃହରେ କୃଷି ଓ ସମବାୟ ସମେତ ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଥିଲ।। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲିକୋଟ ବିଧାୟିକ ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଂଜୁଳା ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଚିକିଟି ବିଧାୟିକାଙ୍କ ପ୍ରତିନିଧୀ ବି.କ୍ରିଷ୍ଣାମୂର୍ତ୍ତ, ଡ଼ିଆରଡ଼ିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ୍ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଶେଷରେ ଡିଆରଡିଏ ପିଡି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ