ଗଂଜାମ ବିଡିଏଙ୍କୁ ଗ୍ରାମ ରୋଜଗାରର ସେବାସଙ୍ଘ ତରଫରୁ ସମ୍ବର୍ଦ୍ଧନା

ଗଂଜାମ, (ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ବିଡ଼ିଓ ଜ୍ୟୋତିଶଙ୍କର ରାୟ ଗଞ୍ଜମ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରେଷ୍ଠ ବିଡ଼ିଓ ରୁପେ ଗଞ୍ଜାମ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିବାରୁ ଆଜି ଗଂଜାମ ବ୍ଲକ ର ସରପଞ୍ଚ, ସମିତି ସଭ୍ୟ, ଓ ଗ୍ରାମରୋଜଗାର ସେବା ସଂଘ ତରଫରୁ ପୃଥକ ପୃଥକ ଭାବେ ସମ୍ବର୍ଦ୍ଧନା ଦିଆ ଯାଇଛି । ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମିତି ସଭ୍ୟ ସୁରଥ ପ୍ରଧାନ, ସମିତି ସଭ୍ୟ ଶତ୍ରୁଘନ ମହାଙ୍ଗୁଡ଼, ଛାୟାକାନ୍ତ ପ୍ରଧାନ, ସରପଞ୍ଚ ସନ୍ତୋଷ ରେଡି, ପ୍ରଭାତ ସେଠି, ସନ୍ତୋଷ ସେଠି, ନିରଂଜନ ରେଡି, ଓ ଅମୂଲ୍ୟ ଦଳେଇ ପ୍ରମୁଖ ସମ୍ବର୍ଦ୍ଧନା ଦେଇଥିଲେ । ସେହିପରି ଗଞ୍ଜମ ବ୍ଲକ ଗ୍ରାମରୋଜଗାରର ସେବାସଙ୍ଘ ତରଫରୁ ସଭାପତି ଦିଲ୍ଲୀପ କୁମାର ତ୍ରିପାଠୀ, ସମ୍ପାଦକ ରାଜେନ୍ଦ୍ର କୁମାର ପଲେଇ, ସଭ୍ୟ ଶରତ ବେହେରା, କୈଳାସ ମହାଙ୍ଗୁଡ଼, ସୁଶାନ୍ତ ତରାଇ, ସଚିଦାନନ୍ଦ ନାୟକ , ଜଗମୋହନ ବେହେରା, ଗୋପାଳ ବେହେରା, ମନୋଜ ସାହୁ, ଅଶୋକ ତ୍ରିପାଠୀ, ଲଷ୍ମୀଚରଣ ସାହୁ, ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ