ସମୁଦ୍ର କୂଳରୁ ମସ୍ଛଜୀବୀଙ୍କ ମୃତ ଦେହ ଉଦ୍ଧାର
ଗଂଜାମ, (ବିନୋଦ ପଲେଇ):ଗଂଜାମ ଥାନା ଅନ୍ତର୍ଗତ ଅଗସ୍ତି ନୁଆଗାଁ ପଞ୍ଚାୟତର ସାନନୋଲିଆ ନୂଆଗାଁ ସ୍ଥିତ ବଙ୍ଗୋପ ସାଗର ଉପକୂଳରୁ ଏକ ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବା ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ।ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ,ଏସଆଇ ଅଜିତ କୁମାର ପରିଡା ଘଟଣା ସ୍ଥଳରେ ପହଞ୍ଚି ଟିକନିଖ ଅନୁଧ୍ୟାନ କରିଥିଲେ। ପରବର୍ତ୍ତୀ ଜଣେ ମସ୍ଛଜୀବୀ ବୋଲି ପରିଚୟ ମିଳିଥିଲା। ତାର ନାଁ ଡି.କାମରାଜୁ। ତାର ଘର ପାରାଦୀପ ର ନୋଳିଆ ନୂଆଁ ଗାଁ। ସମୁଦ୍ରରେ ମାଛ ଧରୁଥିବା ସମୟରେ ନିଖୋଜ ଥିବା ବେକେ, ଆଜି ନୋଳିଆ ନୂଆଁ ଗାଁ ସମୁଦ୍ର କୂଳରେ ଶବ ଲାଗିଥିଲା।


