ଦିଗପହଣ୍ଡି ରେ  ପରିକ୍ରମା କଲା ଆଇନ ସଚେତନତା ରଥ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ପରିସରରେ କାର୍ଯ୍ୟ କରୁଥିବା ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ଆଇନ ସଚେତନତା ରଥ ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନ ଗ୍ରାମ ଗୁଡିକରେ ପରିକ୍ରମା କରିଛି।କୋର୍ଟ ପରିସରରୁ ବାହାରି ଥିବା ଏହି ସଚେତନତା ରଥକୁ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ସବୁଜ ପତାକା ହଲାଇ ପରିକ୍ରମା ଶୁଭାରମ୍ଭ କରିଥିଲେ।ମୁକ୍ତ ଆଇନ ସହାୟତା ବ୍ଯବସ୍ଥା ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନତା କରାଇବା ଉଦ୍ଦେଶ୍ଯରେ ବାହାରି ଥିବା ରଥ ପ୍ରଥମେ ଆଙ୍କୋରଡା ପଞ୍ଚାୟତ କାର୍ଯ୍ଯାଳୟ ନିକଟରେ ପହଞ୍ଚିବା ପରେ ସରପଞ୍ଚ ଉଷାନ୍ତ ସାହୁଙ୍କ ନେତୃତ୍ବରେ ସମ୍ବର୍ଦ୍ଧନା ଦିଆଯାଇଥିଲା।ପରେ କୁଶପଡା ପଞ୍ଚାୟତର ପତାଣ୍ଡ ଗ୍ରାମ ସ୍ଥିତ ହାଇସ୍କୁଲ ନିକଟରେ ପ୍ରଧାନ ଶିକ୍ଷକ ଜୀବନ ନନ୍ଦ, ବରିଷ୍ଠ ଶିକ୍ଷକ ସନାତନ ପଟ୍ଟନାୟକ, ସିଆରସିସି ସ୍ବୟଂପ୍ରଭା ପଟ୍ଟନାୟକଙ୍କ ସମେତ ଗ୍ରାମର ଶତାଧିକ ମହିଳା ପୁରୁଷ ରଥକୁ ସମ୍ବର୍ଦ୍ଧିତ କରିଥିଲେ।ସେହିଭଳି ଗୋକର୍ଣ୍ଣପୁର ଗ୍ରାମ ଠାରେ ସରପଞ୍ଚ ପ୍ରତିନିଧି ଅସୀତ ସାହୁ, ସିଦ୍ଧେଶ୍ବର ଠାରେ ସରୋଜ ଜେନା, କୋଟିନଡା ଠାରେ ଉମାକାନ୍ତ ବିଷୋୟୀ, କଇଠଡା ପଞ୍ଚାୟତର କଲ୍ଯାଣପୁର ଠାରେ ଆଇନଜୀବି ସନ୍ତୋଷ କୁମାର ସାହୁ ଏବଂ ପଦ୍ମନାଭପୁର ଠାରେ ସରପଞ୍ଚ ବି.କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ସଚେତନତା ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ରଥ ପରିକ୍ରମା ସମୟରେ ଆଇନ ସେବା କମିଟି ସଦସ୍ୟ ହରପ୍ରସାଦ ରଥ ଏବଂ ବିଜୟ କୁମାର ପ୍ରଧାନ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣାଣି କରି ଆଇନଗତ ପରାମର୍ଶ ଦେଇଥିବା ବେଳେ ସଚେତନତା ରଥ ଶୁଭାରମ୍ଭ ସମୟରେ ବିଚାର ବିଭାଗୀୟ ସମସ୍ତ କର୍ମଚାରୀ ଏବଂ ଖେମୁଣ୍ଡି ଓକିଲ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ