ଗଜପତିରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଛି

ଆଜି ମୋଟ ୧୫ ମଧ୍ୟରୁ ନୂଆଗଡ ବ୍ଲକରେ ସର୍ବାଧିକ ୮ କରୋନା ଆକ୍ରାନ୍ତ ଚିହ୍ନଟ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପୁଣି କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜିର ୧୫ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୧୮୭ରେ ପହଂଚିଛି। ଏହି ୧୫ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ନୂଆଗଡ ବ୍ଲକରୁ ସର୍ବାଧିକ ୮ଜଣ, ପାରଳାଖେମୁଣ୍ଡି ସହରରେ ୨ଜଣ, କାଶୀନଗର ବ୍ଲକରୁ ୨ଜଣ, ରାୟଗଡ ବ୍ଲକରୁ ୨ଜଣ ଏବଂ ମୋହନା ବ୍ଲକରୁ ଜଣେ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି । ଏହି ସମସ୍ତ ସଂକ୍ରମିତ ନିଜ ନିଜର ଘରୋ ସଂଘରୋଧ ଭାବେ ରହି ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ସେପରି ଜରୁରୀ ଆବଶ୍ୟକତା ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାବାସୀଙ୍କୁ ନିବେଦନ କରିବା ସହ ମାସ୍କ ପରିଧାନ ବାଧ୍ୟତାମୂଳକ, ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ଏବଂ ବାରମ୍ବାର ହାତଧୋଇବା ଆଦି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ