ଗଜପତିରେ ପୁଣି ୧୦ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ କରୋନାର କାୟା ବିସ୍ତାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୁଣି ୧୦ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୨୪୫ରେ ପହଞ୍ôଚଛି । ୧୦ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରର୨ଜଣ, ଗୋଷାଣୀ ବ୍ଲକରୁ ୩ଜଣ, କାଶୀନଗର ବଲ୍କରୁ ଜଣେ ଏବଂ ଆର୍.ଉଦୟଗିରି ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି । ଏହି ସମସ୍ତ ସଂକ୍ରମିତ ନିଜ ନିଜର ଘରୋ ସଂଘରୋଧ ଭାବେ ରହି ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ସେପରି ଜରୁରୀ ଆବଶ୍ୟକତା ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାବାସୀଙ୍କୁ ନିବେଦନ କରିବା ସହ ମାସ୍କ ପରିଧାନ ବାଧ୍ୟତାମୂଳକ, ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ଏବଂ ବାରମ୍ବାର ହାତଧୋଇବା ଆଦି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।


