ଗଜପତି ସ୍ଥିତି ସଙ୍ଗୀନ : ଦୁଇ କରୋନା ଯୋଦ୍ଧାଙ୍କ ସହ ୬ ପଜିଟିଭ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନାର ସ୍ଥିତି ସଙ୍ଗୀନ ହେବା ସହ କାୟା ବିସ୍ତାର କରିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବା ଦ୍ୱାରା ଜିଲ୍ଲାବାସୀ ଓ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଆଜି ପୁଣି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ୬ଜଣକୁ ମିଶାଇ ସଂଖ୍ୟା ୪୪୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରର ଜଣେ,ଗୋଷାଣୀର ଜଣେ,ମୋହନା ବ୍ଲକର ୨ଜଣ ଏବଂ ୨ଜଣ କରୋନା ଯୋଦ୍ଧା ରହିଛନ୍ତି । ଜଣେ ମହିଳାଙ୍କ ସହ ୫ଜଣ ପୁରୁଷ ଏଥିରେ ଅଛନ୍ତି । ଏମାନଙ୍କ ବୟସ ୨୭ରୁ୬୦ବର୍ଷ ବୋଲି ସୁଚନା ମିଳିଛି । ଏହି ସମସ୍ତଙ୍କୁ ସ୍ଥାନୀୟ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ ଇସ୍ତହାର ମାଧ୍ୟମରେ ଏହି ସୁଚନା ପ୍ରଦାନ କରି ସମଗ୍ର ଜିଲ୍ଲାବାସୀଙ୍କୁ ଏ ନେଇ ସମ୍ପୁର୍ଣ୍ଣ ସଚେତନ ରହି ସାମାଜିକ ଦୁରତା ଓ ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।


