ଗଜପତି ଜିଲ୍ଲାପାଳଙ୍କ ଦ୍ବାରା ଭୋଟର ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଭୋଟର ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲା ପରିକ୍ରମା କରି ଜନସାଧାରଣଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ।ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଳାର ସମସ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିକ୍ରମା କରିବ। ଜନସାଧାରଣ ଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉ ଅଛି ଯେଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୭ ଅକ୍ଟୋବରରୁ ଆରମ୍ଭ ହୋଇଛି ଏବଂ ୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ସମୟ ଅବଧି ମଧ୍ୟରେ ଭୋଟର ମାନେ ତାଲିକାର ଯାଞ୍ଚ୍ କରି ନୂତନ ନାମ ପଞ୍ଜିକରଣ, ମୃତ ଭୋଟର ବାଦ୍ ଦେବା ପାଇଁ ତଥା ତାଲିକାରେ ଥିବା ବିଭିନ୍ନ ବିବରଣୀର ସଂଶୋଧନ ପାଇଁ ଆବେଦନ କରିପାରିବେ । ମୁଖ୍ୟ ନିର୍ବାଚନ କମିଶନର ଓଡ଼ିଶାଙ୍କ ଦ୍ଵାରା ୫ ନଭେମ୍ବର, ୧୧ନଭେମ୍ବର, ୧୯ ନଭେମ୍ବର, ୨୫ ନଭେମ୍ବରକୁ ସ୍ଵତନ୍ତ୍ର ପ୍ରଚାର ଦିବସ ରୂପେ ଘୋଷଣା କରାଯାଇଛି, ଏହି ଦିନ ମାନଙ୍କରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ବୁଥ୍ ମାନଙ୍କରେ ଉପସ୍ଥିତ ରହି ଆବେଦନ ପତ୍ର ଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଆଲୋକ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ,ସହକାରୀ ଜିଲ୍ଲାପାଳ (ନିର୍ବାଚନ ବିଭାଗ) ଶୁଭଂଶୁ ଶେଖର ଜେନା ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ