ଗଞ୍ଜାମ ଏସପିଙ୍କ ହିଞ୍ଜିଳି ଗ୍ରସ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗୁରୁବାର ପୂର୍ବାହ୍ନରେ ଗଂଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ହିଂଜିଳି ଗ୍ରସ୍ତ କରି ସ୍ଥାନୀୟ ଅଂଚଳରେ ଲକଡ଼ାଉନକୁ ସ୍ଥାନୀୟ ସହରବାସୀ କିପରି ପାଳନ କରୁଛନ୍ତି ବୁଲି ଦେଖିଥିଲେ । ଥାନାର ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ଓ ହାତରେ ଗ୍ଳୋବ୍ସ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ପରିବା ବଜାର ବୁଲି ପରିବା ଦର ବୁଝିବା ସହ ବହୁ ପରିବା ବ୍ୟବସାୟୀଙ୍କ ସହ ବ୍ୟବସାୟିକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଲକଡ଼ାଉନ ସମୟରେ ଅମାନିଆଙ୍କୁ ସାବାଡ଼ କରିବା ସହ ଅତ୍ୟାବଶ୍ୟକ ସମୟରେ ଘରୁ ବାହାରକୁ ବାହାରୁଥିବା ଜନସାଧାରଣଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ବ୍ୟବହାର ନେଇ ସଚେତନ କରିବା ପାଇଁ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲକଡ଼ାଉନ ସମୟରେ ସହରର ନିରବତା ଓ ସହରବାସୀଙ୍କ ପୁର୍ଣ୍ଣ ସମର୍ଥନ ଦେଖି ଖୁସିବ୍ୟକ୍ତ କରିଥିବା ଜଣାପଡ଼ିଛି । ଏସପିଙ୍କ ଗ୍ରସ୍ତ ସମୟରେ ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସମେତ ଅତିରିକ୍ତ ଆଇଆଇସି ଗଣପତି ବେହେରା, ଏସଆଇ ମମତା ସାମନ୍ତ, ପ୍ରଦୀପ୍ତ ଦାଶ, ଏଏସଆଇ ରାଜନ ବିଷୋୟୀ, ସୁରଥ ଭୁୟାଁ, ଶରତ ମହାପାତ୍ର, ପ୍ରକାଶ ବେହେରା, ରାଜିବ ପାଢି, ବସନ୍ତ ଉପାଧ୍ୟାୟଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ