ଗଞ୍ଜାମ ଏସ.ପି.ଙ୍କ ପୋଲସରା ପୋଲିସ ଥାନା ପରିଦର୍ଶନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ପୋଲିସ ଜିଲ୍ଲାର ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ବୁଧବାର ସନ୍ଧ୍ୟାରେ ପୋଲସରା ପୋଲିସ ଥାନା ପରିଦର୍ଶନ କରିଥିବା ଜଣାପଡିଛି। ପୋଲସରା ପୋଲିସ ଥାନାରେ ପୂର୍ବ ବର୍ଷ ସମେତ ଚଳିତ ବର୍ଷର ବିଭିନ୍ନ କେଶ ଗୁଡ଼ିକ ବିଷୟରେ ପୋଲସରା ଆରାକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ଓ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ସମୀକ୍ଷା କରିଥିଲେ। ପୋଲସରା ସହରର ଅପରାଧିକ କାର୍ଯ୍ୟକଳାପ ଓ ଗତିବିଧି ଉପରେ ନଜର ରଖିବା ନିମନ୍ତେ ସହରରେ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲାଗିଥିବା ଜାଣି ଖୁସି ହୋଇଥିଲେ। ପୋଲସରା ପୋଲିସ ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଗଞ୍ଜାମ ଏସ୍.ପି. ଅଧିକାରୀ ବୃନ୍ଦଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପୋଲସରା ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଆଇନ ଶୃଙ୍ଖଳା ପରିସ୍ଥତିକୁ କନଷ୍ଟେବଳ ମାନେ ମିଳିମିଶି ଦାୟିତ୍ଵ ବଣ୍ଟନ କରି ପରିଚାଳନା କରୁଥିବାରୁ ଏସ.ପି. ଶ୍ରୀ ମିନା ପ୍ରଶଂସା କରିଥିଲେ। ପୋଲସରା ଥାନା ପରିବେଶକୁ ବୁଲି ଦେଖିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଏସ.ପି.ଙ୍କ ପ୍ରଦର୍ଶନ ସମୟରେ ପୋଲସରା ପୋଲିସ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ