ବେଲଗୁଣ୍ଠାରେ ଆରମ୍ଭ ହେଲା ସ୍ୱାବ୍ ସଂଗ୍ରହ କେନ୍ଦ୍ର

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀ ବଢ଼ିବାରେ ଲାଗିଥିବା ବେଳେ ଭଞ୍ଜନଗର ସବଡିଭିଜନରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ଆପାତତଃ ବୃଦ୍ଧି ପାଇଛି ।ପୁର୍ବରୁ ଭଞ୍ଜନଗର ଠାରେ ଗୋଟିଏ ସ୍ୱାବ୍ ସଂଗ୍ରହ କେନ୍ଦ୍ର ରହିଥିବା ବେଳେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଅଧିକା ସ୍ୱାବ୍ ସଂଗ୍ରହ ହୋଇପାରୁନଥିଲା ।ଏହାକୁ ଆଖି ଆଗରେ ରଖି ବ୍ଳକ ପ୍ରଶାସନ ତରଫରୁ ବେଲଗୁଣ୍ଠାଠାରେ ଏକ ସ୍ୱାବ୍ ସଂଗ୍ରହ କେନ୍ଦ୍ର କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳ ୮ ଘଣ୍ଟା ସମୟରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୁଷଣ ମହାପାତ୍ର, ବେଲଗୁଣ୍ଠା ବ୍ଳକ ମେଡିକାଲ ଅଫିସର ଡାଃ ବାଲୁଙ୍କେଶ୍ୱର ଷଢଙ୍ଗି,କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା,ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ଉପସ୍ଥିତରେ ବେଲଗୁଣ୍ଠା ଟାଉନ୍ ହଲ୍ ଠାରେ ସ୍ୱାବ୍ ସଂଗ୍ରହ କେନ୍ଦ୍ରକୁ ଶୁଭାରମ୍ଭ କରାଯାଇଥିଲା ।ଆଜି ପ୍ରଥମ ଦିନରେ ମଙ୍ଗଳବାର, ତନରଡା, ଗୋବରା ଓ ଗାଙ୍ଗପୁର ଅଞ୍ଚଳର ୧୫ ଜଣଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରାଯାଇ ବ୍ରହ୍ମପୁର ପରୀକ୍ଷା ପାଇଁ ପଠାଇଦିଆଯାଇଥିବା ଜଣାପଡିଛି ।ଏହି ସ୍ୱାବ୍ ସଂଗ୍ରହ କେନ୍ଦ୍ର ରେ ଲେବୋରୋଟେରୀ ଟେକ୍ନିସିଆନ୍ ଜଗନ୍ନାଥ ଖଡଗରାୟ ଓ ରଶ୍ମି ରଞ୍ଜନ ସେଠୀ,ଏଲ.ଏଚ୍ ବି ମାନସୀ ଦାସ ପ୍ରମୁଖ ସ୍ୱାବ୍ ସଂଗ୍ରହ କରିଥିଲେ ।ସକାଳ ୮ ଟାରୁ ମଧ୍ୟାହ୍ନ ୧ ଘଣ୍ଟା ମଧ୍ୟରେ ସ୍ୱାବ୍ ସଂଗ୍ରହ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ