ଗଞ୍ଜାମ ପୁଲିସର ଅପରାଧ ସମୀକ୍ଷା ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ପୁଲିସ୍ ଜିଲ୍ଲା ପକ୍ଷରୁ ସ୍ଥାନୀୟ ମୁଖ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ଅପରାଧ ସମୀକ୍ଷା ବୈଠକ ବୁଧୁବାର ଗଞ୍ଜାମ ଏସ.ପି. ବ୍ରିଜେଶ୍ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ନିମନ୍ତେ ଏସ.ପି. ସମସ୍ତ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇପାରିବ ସେଥି ନିମନ୍ତେ ଏସ୍‌.ପି. ପ୍ରାକ୍ ପ୍ରସ୍ତୁତି କରିଛନ୍ତି । ବିଭିନ୍ନ ଥାନା ଅଞ୍ଚଳରେ ରହିଥିବା ଦାଗି ଅପରାଧିଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ କଡା ନଜର ରଖିବା ପାଇଁ ଏସ୍‌.ପି ଶ୍ରୀ ରାଏ କହିଛନ୍ତି । ଯେଉଁ ଅପରାଧିମାନେ ନୂତନ ଭାବେ ମୁଣ୍ଡ ଟେକୁଛନ୍ତି ସେମାନଙ୍କ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବା ସହିତ ନିୟମିତ ଜୁଆ ଆଡା ଓ ମଦ କାରାବାର ଉପରେ ଚଢଉ କରିବା ପାଇଁ ଏସ୍‌.ପି ପରାମର୍ଶ ଦେଇଛନ୍ତି । ଅପରାଧି, ପୁରୁଣା ୱାରେଣ୍ଡି, ମାଦକ ଦ୍ରବ୍ୟ କାରାବାର ଧରପଗଡ ସହ ଯାନବାହାନ କଡାକଡି ଯାଞ୍ଚ କରିବା, ବିଶୃଙ୍ଖଳାକୁ ନଜରରେ ରଖି ଠିକ୍ ସମୟରେ ଘଟଣା ସ୍ଥଳରେ ପହଞ୍ଚି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍‌.ପି ପରାମର୍ଶ ଦେଇଛନ୍ତି । ବିଭିନ୍ନ ଥାନାରେ ପଡିରହିଥିବା ମାମଲା ଗୁଡିକର ତୁରନ୍ତ ଫଇସଲା କରି ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଗଞ୍ଜାମ ପୁଲିସ୍ ଜିଲ୍ଲାର ବହୁ ଅଧିକାରୀ ଭିସି ମାଧ୍ୟମରେ ସାମିଲ୍ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ