ଗଞ୍ଜାମ ମହାବିଦ୍ୟାଳୟ ଅଇ.କ୍ଯୁ.ଏ. ସି. ଦ୍ଵାରା ଆୟୋଜିତ ୱେବିନାର
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ମହାବିଦ୍ୟାଳୟ ଆଈ. କ୍ଯୁ.ଏ. ସି. ଏବଂ Awoke India ମିଳିତ ଆନୁକୂଲ୍ୟରେ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା l ମୁଖ୍ୟବକ୍ତା ଭାବେ ଆର୍ଥିକବିଶାରଦ (financial Expert )ତୃପ୍ତି କାପଡ଼ିଆ ଯୋଗ ଦେଇ ୱେବନର ଶୀର୍ଷକ ଫାଇନାନସିଅଲ ମେନେଜମେଣ୍ଟ ଇନ ପୋଷ୍ଟ କୋଭିଡ -19 ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥୀଲେ l ମହାବିଦ୍ୟାଳୟ ଅଧକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଏଥିରେ ସଭପତିତ୍ୱ କରି ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରି ଥିଲେ l ଅଇ. କ୍ଯୁ. ଏ. ସି. ସଂଯୋଜିକା ଡ଼. ସ୍ମରଣୀକା ହୋତା କାର୍ଯ୍ୟକ୍ରମଟିକୁ ସଂଯୋଜନା କରି ଥିଲେ l ବି ସ୍କୁଲ ଫୋରାମ ନଲେଜ ସେଣ୍ଟର (B. School knowledge center ) ଏହାକୁ ପରିଚାଳନା କରି ଥିଲେ ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟପିକା ତଥା କର୍ମଚାରୀ ଯୋଗ ଦେଇଥିଲେ l ଆର୍ଥିକ ବିଶାରଦ ତୃପ୍ତି କାପଡ଼ିଆ ଦୀର୍ଘ ମିଆଦି ଓ ସ୍ୱଳ୍ପ ମିଆଦି ଆର୍ଥିକ ଯୋଜନା, ଜୀବନ ବୀମା, ମୁଚୁୱାଲ ଫଣ୍ଡ, ଡିଜିଟାଲ ଗୋଲଡ ଇତ୍ୟାଦି ଉପରେ ଆଲୋକ ପାତ କରିଥିଲେ ଏବଂ ଛାତ୍ର ଛାତ୍ରୀ ଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ ପରିଶେଷରେ ଡ଼. ସ୍ମରଣୀକା ହୋତା ଧନ୍ୟବାଦ ଅର୍ପଣ କରିଥିଲେ l


