ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣକୁ ଉଠାଇନେଲା ପୁଲିସ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ନନ୍ଦିପଦା ଥାନା ଅଧିନସ୍ଥ ଚୋରଗଡିଆ ଗ୍ରାମର ଶ୍ରୀଧର ନାୟକ ନାମକ ଜଣେ ଯୁବକକୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କୋରେଇ ପୁଲିସ ରାତି ଅଧରେ ଉଠାଇ ନେଇଛି । ଗତ କିଛିଦିନ ତଳେ କୋରେଇ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବଦ କରିବା ସହିତ କିଛି ଯୁବକଙ୍କୁ ମଧ୍ୟ ଗିରଫ କରିଥିଲା । ସେମାନଙ୍କ ଠାରୁ ସୁଚନା ପାଇ ଗତକାଲି ରାତିରେ ନନ୍ଦିପଦା ପୁଲିସ ସହଯୋଗରେ ଚୋରଗଡିଆ ଗ୍ରାମର ଉକ୍ତ ଯୁବକଙ୍କ ଘରେ ଚଢ଼ାଉକରି ଅଳ୍ପ ପରିମାଣରର ଗଞ୍ଜେଇ ଜବଦ କରିବା ସହିତ ଉକ୍ତ ଯୁବକକୁ ଉଠାଇ ନେଇଥିବା ସୁଚନା ମିଳିଛି । ସେହିପରି ଶାଳଣିଆଁ ଅଞ୍ଚଳର ଜଣେ ମହିଳା ମଧ୍ୟ ଏହି ଗଞ୍ଜେଇ ଚୋରା କାରବାରରେ ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ