ଗଞ୍ଜେଇ ଭରା ସ୍କୋର୍ପିଓ ସହିତ ତିନି ଗିରଫ
ଚୌଦ୍ୱାର, (ଦୀପକ୍ କୁମାର ବେଉରା): ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍ୱାର୍ଡ ପକ୍ଷରୁ ମଙ୍ଗୁଳି ନିକଟରେ ଚଢ଼ାଉ କରାଯାଇ ୬୩କିଲୋ ଗଂଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।ଏହି କାରବାରରେ ବ୍ୟବହୃତ ଏକ ସ୍କୋର୍ପିଓ ଗାଡି ( ଓଡ଼ି୦୪ଏଫ୦୦୬୫) କୁ ମଧ୍ୟ ଜବତ କରାଯାଇଛି ।ଗିରଫ ତିନି ଜଣ ହେଲେ କୁଆଖିଆ ଥାନା ବରଂସା ର ଅଜୟ କୁମାର ସାହୁ(୩୧), କୁଜଙ୍ଗ ଥାନା କାଠିଆ ସାହିର ସୁବାସ ଚନ୍ଦ୍ର ସାହୁ(୪୬) ଓ ବାଙ୍କୀ ଥାନା ଗାୟାଳବାଙ୍କ ର ବିଶ୍ୱନାଥ ସୁତାର(୩୬) । ଏକ ସ୍କୋର୍ପିଓ ଯୋଗେ ଗଂଜେଇ ବେଆଇନି ଭାବେ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଉପଅଧିକ୍ଷକ ଡି .କେ.ପଲେଇ ଙ୍କ ନେତୃତ୍ୟରେ ଫ୍ଲାଇଙ୍ଗ ସ୍ୱାର୍ଡ ର ଏକ ଟିମ ଟାଙ୍ଗୀ ଥାନା ମଙ୍ଗୁଲି ନିକଟରେ ସ୍କୋର୍ପିଓ କୁଅଟକାଇବା ସହ ବିପୁଳ ପରିମାଣର ଗଂଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।


