ଗଞ୍ଜେଇ ସହ ଦୁଇ ଗିରଫ ଗାଡି ଜବତ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଏସପି ଜୟରାମ ଶତପଥୀ ଙ୍କ ନିଦେଶ କ୍ରମେ ଅଡ଼ବା ଥାନା ଅଧିକାରୀ ଆନନ୍ଦ ପାତ୍ର ଙ୍କ ତତ୍ତ୍ୱାବଧାନରେ ରେ ଏସ ଆଇ ଲକ୍ଷ୍ମଣ ବିଶ୍ରା, ଏସ ଆଇ ଭଳାନାଥପଣ୍ଡା, ଏସ ଆଇ ଜୟକୃଷ୍ଣ ପାଣିଗ୍ରାହୀ ଓ କର୍ମଚାରୀ ବାଲିବନ୍ଧ ଛକ ନିକଟରେ ପେଟ୍ରୋଲଙ୍ଗି କରୁଥିବା ବେଳେ ଏକ ମିନୀ ଟ୍ରକ ନଂ ଓଡ଼ି୦୨ଏ ଆର୨୮୪୬କୁ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଗାଡ଼ିରେ ଗଞ୍ଜେଇ ଥିବା ପାଇ ଅତିରିକ୍ତ ମାଜିଷ୍ଟ୍ରେଟ ଭାବେ ତହସିଲଦାର କିଶୋର ଦାଶ ଙ୍କ ଉପସ୍ଥିତ ରେ ଓଜନ କରିବାରୁ ତାହା ୩କୁଇଣ୍ଟାଲ ୪କେଜି ହୋଇଥିଲା I ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣ ଙ୍କୁ ଗିରଫ କରିଛି ପୋଲିସ ସେମାନେ ହେଲେ ମୋହନା ଅଞ୍ଚଳ ର ଶିଵ ପ୍ରସାଦ ସାହୁ ଓ ରୂପଲାଲ ନାୟକ ଉକ୍ତ ଗଞ୍ଜେଇ ରାୟଗଡ଼ା ଜିଲ୍ଲା କେନ୍ଦୁଗୁଡା ଅଞ୍ଚଳରୁ ବ୍ରହ୍ମପୁର କୁ ଚାଲାଣ ହେଉଥିବା ଜଣା ପଡ଼ିଛି I ଏ ନେଇ ଅଡ଼ବା ଥାନା କେଶ ନଂ୨୪/୨୨ରେ ମାମଲାରୁଜୁ କରି ଅଭିଯୁକ୍ତ ମାନଙ୍କ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ