ଯୁବକଙ୍କୁ ଥାନାରେ ଅଟକ ଘଟଣା ଥାନା ଘେରାଉ : ସମ୍ମୁଖରେ ହୋହାଲ୍ଲା 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଜଣେ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ ପରେ ପୋଲିସ ଗତକାଲି ରାତିରେ ଯୁବକଙ୍କୁ ଗ୍ରାମରୁ ଉଠାଇ ଆଣି ଥାନାରେ ଅଟକ ରଖିଥିବା ବେଳେ ମଙ୍ଗଳବାର ସକାଳୁ ଛାଡି ଦେଇଥିଲା । ଯାହାକୁ ନେଇ ଆଜି ସକାଳୁ ଗ୍ରାମ ବାସି ଥାନା ଘେରାଉ ସହ ସମ୍ମୁଖରେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ରାଜନୈତିକ ହିଂସାକୁ ରୋକିବାପାଇଁ ପୋଲିସ ପ୍ରଶାସନ ଗ୍ରାମାଞ୍ଚଳ ରେ ଲୋକଙ୍କୁ ସଚେଚନତା ପାଇଁ ଫ୍ଲାଗମାର୍ଚ୍ଚ କରି ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରି ଆସୁଥିବା ଜଣାପଡିଛି । ଗ୍ରାମର ପିତବାସ ପ୍ରଧାନ ନାମକ ଜଣେ ବ୍ୟକ୍ତି ଉକ୍ତ ଗ୍ରାମର କେଦାର ସେଠୀ ନାମକ ଯୁବକକୁ କୈାଣସି କାରଣରୁ ଖଣ୍ଡା ଧରି ଗୋଡାଇବା ସହ ଗତକାଲି ଗାଡ଼ି ଲାଇଟ୍ ଭାଙ୍ଗି ଦେଇଥିଲା । ଯାହାଫଳରେ କେଦାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପିତବାସକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସକାଳୁ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ପରେ ଛଡ଼ା ଯାଇଥିଲା । ଏହାପରେ ରାଜନୈତିକ ହିଂସାକୁ ନେଇ କିଛି ଯୁବକ ଏହାକୁ ବିରୋଧ କରି ଏଭଳି ଥାନା ଆଗରେ ପାଟିତୁଣ୍ଡ କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ