ଗଡ଼ମାଟିଆପଡା ରେ ମେଳଣ ସମନ୍ଵୟ ବୈଠକ ଅନୁଷ୍ଠିତ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):କଣାସ ବ୍ଲକ ଅନ୍ତର୍ଗତ ଗଡମାଟିଆପଡା ରେ ଆସନ୍ତା ୧୮,୧୯ ତାରିଖରେ ୨ଦିନ ଧରି ମହାଆଡମ୍ବରରେ ମେଳଣ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ କମିଟି ପକ୍ଷରୁ ଏକ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ କଣାସ ଥାନା ଅଧିକାରୀ ପ୍ରଦୀପ କୁମାର ଜୁଝାରସିଂହ ଯୋଗ ଦେଇ ଥିଲେ। ଗ୍ରାମ୍ୟ କମିଟି ପକ୍ଷରୁ ଥାନା ଅଧିକାରୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଗାଁ ରେ ଐତିହ୍ୟ,ପରମ୍ପରା, ସଂସ୍କୃତି ରକ୍ଷା କରିବାରେ ଦୋଳ ମେଲଣ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସୁଛି । ଶାନ୍ତି ଶୃଙ୍ଖଳାରେ ଗାଁ ପରିବେଶ ଓ ସଂହିତି ରକ୍ଷା ହେଲେ ଦେଶରେ ଶାନ୍ତି ସୃଦୁଢ ହୋଇ ପାରିବ ବୋଲି ଥାନାଧିକାରୀ ମତପ୍ରକାଶ କରିଥିଲେ।ଆପଣ ମାନଙ୍କ ସହିତ ମୁଁ ସଦା ବେଳେ ରହିଛି ବୋଲି ଥାନା ଅଧିକାରୀ କହିଥିଲେ। ମେଳଣ କମିଟି ସଦସ୍ୟମାନେ ସମନ୍ଵୟ ରକ୍ଷା କରି ମେଳଣ କୁ ସୁରୁଖୁରୁରେ ସମାପନ କରିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା। କମିଟି ପକ୍ଷରୁ ସଦସ୍ୟମାନଙ୍କୁ ଟି ସାର୍ଟ ବଣ୍ଟନ କରାଯାଇଥିଲା। ଏହି ବୈଠକରେ ଗ୍ରାମବାସୀମାନେ, କମିଟି ସଦସ୍ୟ ,ଔଡସଭ୍ୟ ମାନେ ଯୋଗଦାନ କରି ଆଲୋଚ଼ନାରେ ଭାଗନେଇଥିଲେ। ଗଡ଼ମାଟିଆପଡ଼ାର ସୁପୁତ୍ରଶିଶୁ ସାହିତ୍ୟିକ ତଥା ସମାଜସେବୀ ଡଃ ହେମନ୍ତ ଛୋଟରାୟ, କଣାସ ମହନ୍ତ ବନମାଳୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୂପଶ୍ରୀ ଛୋଟରାୟ ଓ ସତ୍ୟବାନ୍ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।