ଗଭରନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ଥରରେ ଟିପିସିଓଡିଏଲ୍ ପୁରସ୍କୃତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦିଲ୍ଲୀରେ ଆୟୋଜିତ କର୍ପୋରେଟ ଗଭରନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ଥରରେ ଟିପିସିଓଡିଏଲ୍ ପୁରସ୍କୃତ । ୧୦୦ ତମ ସ୍କଚ୍ ସମିଟ ୨୦୨୪ ରେ ବୋର୍ଡ କମ୍ପୋଜିସନ୍ ଆଣ୍ଡ ଡିସକ୍ଲୋଜର ସମ୍ବନ୍ଧୀୟ କର୍ପୋରେଟ ଗଭରନାନ୍ସ ପ୍ରକଳ୍ପ ପାଇଁ ରୌପ୍ୟ ପୁରସ୍କାର ପ୍ରାପ୍ତ କରିଛି । ଟିପିସିଓଡିଏଲ୍ ପାରଦର୍ଶିତା, ଦାୟିତ୍ୱବୋଧତା ଏବଂ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ରକ୍ଷା କରି ଯୋଜନାବଦ୍ଧ କାର୍ଯ୍ୟ ପ୍ରଣାଳୀ, ନୀତି ନିର୍ଦ୍ଧାରଣ, ବିପଦ ପରିଚାଳନା, ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଏବଂ ବୈଧାନିକ ଅନୁସାରିତା ଉପରେ ଗୁରୁତ୍ୱ ଦେଇଥାଏ ।ସୂଚନା ଓ ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ କରି ଲୋକଙ୍କୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରତିବଦ୍ଧ ଟିପିସିଓଡିଏଲ୍ କର୍ପୋରେଟ ଗଭରନାନ୍ସ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଗୌରବ ହାସଲ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ