ଗାଁସାଥୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଗାଁସାଥୀ(ମେଟ) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି,କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏକ ତିନିଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ପ୍ରଦାନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ବିଗତ ବର୍ଷମାନଙ୍କରେ କାର୍ଯ୍ୟକରି ଅଦ୍ୟାବଧି ପ୍ରାପ୍ୟ ପାଇନଥିବା ଗାଁସାଥୀମାନଙ୍କୁ ତୁରନ୍ତ ବକେୟା ପ୍ରଦାନ ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ ଗୁଡିକୁ ନିର୍ଦ୍ଦେଶ ଦିଆଯିବା, ପଞ୍ଚାୟତିରାଜ ବିଭାଗ ପତ୍ର ସଂଖ୍ୟା- ୨୦୮୭୭ତା ୩୧.୦୭.୨୦୨୫ରିକ ନିର୍ଦ୍ଦେଶ ମୁତାବକ ଗାଁସାଥୀମାନଙ୍କ ଡାଟାବେସ ପ୍ରତ୍ୟେକ ବ୍ଲକରେ ପ୍ରସ୍ତୁତ ହୋଇ ଜିଲ୍ଲା କାର୍ଯ୍ୟାଳୟକୁ ଆସିଥିବା ବେଳେ ଆଳି ବ୍ଲକରେ ଏହାର ବ୍ୟତିକ୍ରମ ହୋଇଥିବାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା, ୨୦୦୮ମସିହାରେ ନିଯୁକ୍ତି ପାଇଥିବା ଗାଁସାଥୀମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଓ ଜିଲ୍ଲାରେ ସକ୍ରିୟଥିବା ଗାଁସାଥୀ(ମେଟ)ମାନଙ୍କୁ ସରକାରଙ୍କ ଜନଗଣନା କାର୍ଯ୍ୟରେ ନିୟୋଜିତ କରିବା ପ୍ରଭୃତି ଦାବି ଗୁଡିକ ରହିଛି। ଏହି ଦାବିପତ୍ର ପ୍ରଦାନ ବେଳେ ଗାଁସାଥୀ(ମେଟ) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ଶାଖା ସଭାପତି ଅନିଲ କୁମାର ଜେନା, ସମ୍ପାଦକ ବିଜୟ କୁମାର ବେହେରା, ବାଇଧର ସେଠୀ, ବରଦାକାନ୍ତ ପାତ୍ର, ପ୍ରଶାନ୍ତ କୁମାର ଦାସ, କୁମାରେଶ ସାହୁଙ୍କ ସମେତ ଶତାଧିକ ଗାଁସାଥୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ