ଜଳ ଛତ୍ର ବଣ୍ଟନ
ବରୀ,(ଚୈତନ୍ୟ ଜେନା ) : ବରୀ ରାମଚନ୍ଦ୍ରପୁର ଥାନା ପକ୍ଷରୁ ଜଳଛତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ନରାଜ୍ୟରେ ଗ୍ରୀଷ୍ମ ପ୍ରବାହ ତୀବ୍ର ବେଗରେ ଜାରି ରହିଥିବା ବେଳେ ସାଧାରଣ ଲୋକଙ୍କ ସହାୟତା ପାଇଁ ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ନିଆରା ପଦକ୍ଷେପ ନିଆଯାଇଛି । ଯାଜପୁର ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଲୋକମାନଙ୍କ ଜୀବନ ସହଳି ବହୁତ କଷ୍ଟକର କରିଦେଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ୟଶ ପ୍ରତାପ ଶ୍ରୀମଲ ଙ୍କ ନିର୍ଦେଶ କ୍ରମେ ବରୀ ରାମଚନ୍ଦ୍ର ପୁର ଥାନା ପକ୍ଷରୁ ବରୀ ମୁଖ୍ୟ ବଜାର ବରୀ ମାଉଣ୍ଟ ଠାରେ ଜଳ ଛତ୍ର ବ୍ୟବସ୍ଥା କରାଯାଇଛି । ବରୀ ଥାନା ଅଧିକାରୀଣୀ ହେମଲତା ଦାସ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଜନ ସାଧାରଣ ବାଟୋଇ ମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବରୀ ଥାନା ଅଧୀନରେ ଛକ, ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଜଳ ଛତ୍ର ବଣ୍ଟନ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି। ଏହୀ କାର୍ଯ୍ୟକ୍ରମରେ ବରୀ ଥାନାର ଏଏସଆଇ ଲକ୍ଷ୍ମୀଧର ସ୍ୱାଇଁ, ଲମ୍ବୋଦର ଜେନାଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବରୀ ଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଜନ ସାଧାରଣରେ ପ୍ରଶଂଶା କରାଯାଇଛି।


