୯୮ ଗ୍ରାମ ବ୍ରାଉନ ସୁଗାର ଜବତ ୧ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ଚାରିଛକ ମେଡିକାଲ ଛକ ନିକଟରେ ଚଢାଉ କରି ଅଶୋକ କୁମାର ସେଠି (୨୪)ଙ୍କୁ ଗିରଫ କରି ତାଙ୍କ ଠାରୁ ୯୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି।ଏ ନେଇ ନିମାପଡା ଅବକାରୀ ଥାନା କେସ ନଂ ୧୨୦/୨୩ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କ ଜାମିନ ନାମଞ୍ଜୁର କରି ନିମାପଡା ଉପକାରାଗାର କୁ ପଠାଇ ଦିଆଯାଇଛି।ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୯ଲକ୍ଷ ୮୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଏହି ଚଢ଼ାଉରେ ଅବକାରୀ ଏ.ଏସ.ଆଇ ଜିତେନ୍ଦ୍ର ବେହେରା ଏବଂ ଅବକାରୀ କର୍ମଚାରୀ ଡଲିମଣୀ ବେହେରା, ଆଶିଷ କୁମାର ପ୍ରଧାନ,ସେକ ୱାରିସ, ମାନସ ନାଏକ,ବିଶ୍ୱଜିତ ମହାପାତ୍ର ଓ ତପନ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ