ଗାଙ୍ଗପୁର ପୋଲିସର ସ୍ୱଂୟସିଦ୍ଧା କାର୍ଯ୍ୟକ୍ରମ
ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁର ଥାନା ପୋଲିସ ଆମ ପୋଲିସ ମମିତି ବୈଠକ ତରଫରୁ ବୋରି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱଂୟସିଦ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି , ନିକୁଞ୍ଜ ଖଣ୍ଡୁୁଆଳ ମୁଖ୍ୟବକ୍ତା ,ସମ୍ମାନିତ ଅତିଥିଭାବେ ଏସ. ଆଇ ପ୍ରମୋଦ ବେହେରା ,ସତ୍ୟଜିତ ବେଣିଆ ,ହାବିଲଦାର ସୁବାସଚନ୍ଦ୍ର ବରାଡ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ ,ପୂର୍ବତନ ସରପଞ୍ଚ ଭଗବାନ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ । ଥାନା ଅଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କୁ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସ ଭଳି କୁପ୍ରଥା ଠାରୁ ଦୂରରେ ରହିବା ସହ ଯାତ୍ରା କରିବା ସମୟରେ ହେଲମେଟ ପିନ୍ଧିବା , ମଦ୍ୟପାନ କରି ଗାଡି ନଚଳାଇବା ଗାଁ ଦାଣ୍ଡ ସଫା ସୁତୁରା ରଖିବା , ମହିଳା ମାନଙ୍କୁ ସମ୍ମାନ ଦେବା , ବୟୋଜେଷ୍ଠ ମାନଙ୍କ ଉଚିତ ଯତ୍ନ ନେବା କିମ୍ଭା ଗ୍ରାମ ଓ ସାହିରେ ଅଶାନ୍ତି ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ପୋଲିସ ଷ୍ଟେସନକୁ ସୂଚନା ଦେବା ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୋଲିସ ସଦସ୍ୟ ନିତ୍ୟାନନ୍ଦ ବିଷୋୟୀ , ଦିଲ୍ଲୀପ ସ୍ୱାଇଁ , କେଦାର ବିଷୋୟୀ ,ସ୍କୁଲ ପରିଚାଳନା ସଦସ୍ୟ ରଙ୍କ ବିଷୋୟୀ ,ଗୈାରଚନ୍ଦ୍ର ବିଷୋୟୀ ,ଶିକ୍ଷକ ପ୍ରକାଶ ସାହୁ ,ଭାସ୍କର ବିଷୋୟୀ ,ମନୋରଞ୍ଜନ ବିଷୋୟୀ , ଉପସ୍ଥିତ ଥିଲେ ।


