ଗାଙ୍ଗପୁର ରେ ଅଭାବନୀୟ ଘଟଣା
ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅଞ୍ଚଳରେ ଏକ ନିନ୍ଦନୀୟ ଘଟଣା ଘଟିଛି ।ଗାଙ୍ଗପୁର ଥାନା ଅନ୍ତର୍ଗତ ଆସିକା ପଞ୍ଚାୟତ ବାଡ଼ୁଳା ଗ୍ରାମର ସ୍ବର୍ଗତ ରୋହିତ ଗୌଡ଼ ଙ୍କ ପୁଅ ଅଜିତ ଗୌଡ଼ ଭଞ୍ଜନଗର ଅଂଚଳ ର ଏକ ଝିଅ ଙ୍କୁ କିଛି ମାସ ହେଲା ମିଛ ପ୍ରେମ ର ବାହାନା କରି ମିଥ୍ୟା ପ୍ରଲୋଭନ ଦେଖାଇ ଝିଅକୁ ଅଜିତ କଟକ ନେଇ ଯାଇଥିଲେ । ସେଠାରେ ସେ ଦିନ ମଜୁରିଆ କାମ କରି ଏକ ଭଡା ଘରେ ସେହି ଝିଅ ସହିତ ରହୁଥିଲେ ଏବଂ ସେହି ଭଡା ଘରେ ବିବାହ ର ମିଥ୍ୟା ପ୍ରତିଶୃତି ଦେଇ ଝିଅ ର ଅନିଚ୍ଛାସତ୍ୱେ ଝିଅ ସହିତ ଅଜିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ପରେ ସେଇ ଝିଅ ୫ ମାସର ଗର୍ଭବତୀ ହେବା ଜାଣିବାପରେ ଝିଅକୁ କଟକ ରେ ଏକୁଟିଆ ଛାଡି କେଉଁଆଡେ ପଳାଇ ଯାଇଥିଲେ, । ବହୁତ କଷ୍ଟରେ ଝିଅଟି ଏଣେ ତେଣେ ଖୋଜି କରିବାପରେ ଅଜିତ ର ସନ୍ଧାନ ନପାଇବାରୁ ପୋଲିସ ରେ ଖବର ଦେଇଥିଲେ । ପରେ ଗାଙ୍ଗପୁର ପୋଲିସ ଏହି ଘଟଣା ରେ ଅଜିତ କୁ ଗିରଫ କରି ୩୭୬ ଧାରା ଅନୁଯାୟୀ ୧୪୧/୧୯ ନମ୍ବର ଏକ ମାମଲା ରୁଜୁ କରିଛନ୍ତି ।