ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ଏସପିଙ୍କୁ ଦାବିପତ୍ର
କେନ୍ଦ୍ରାପଡା,(ଯୁଗାବ୍ଦ ନୁୂ୍ୟଜ୍): ଯୈାନ କଳେଙ୍କାରିରେ ଜଡିତ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସଭାପତିଙ୍କୁ ତୁରନ୍ତ ଗିରଫ କରାଯିବାକୁ କେନ୍ଦ୍ରାପଡା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସପିଙ୍କୁ ଗୁରୁବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ କିଛିଦିନ ହେବ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସଭାପତି ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁଙ୍କ ବିରୋଧରେ ଆସିଥିବା ଯୈାନ କିଳେଙ୍କାରି ଅଭିଯୋଗ ଉପରେ ପୋଲିସର ଟାଳଟୁଳ ନୀତି ଓ ଆଚରଣରେ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି । ଗତ ଅପ୍ରେଳମାସ ୨୭ତାରିଖରୁ ଏ ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପୋଲିସର ମନ୍ଦ ଉଦେଶ୍ୟକୁ ପଦାରେ ପକାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏତଦବ୍ୟତିତ ପୋଲିସ ପିଡିତାକୁ ଡାକି କାର୍ଯୟାନୁଷ୍ଠାନ ନାଁରେ ଘଂଟା ଘଂଟା ଧରି ଜେରାକରିବା ସହ କେଶକୁ ରଫାଦଫା କରିବାକୁ ତା’ ଉପରେ ଚାପ ପକାଉଥିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସେମାନେ କହିଛନ୍ତି । ଅଭିଯୋଗକାରିଣୀ ବିରୋଧରେ କାଉଁଟର ଅଭିଯୋଗ ଆଣିଥିବା ଅପରାଧୀର ଅଭିଯୋଗକୁ ଆଳକରି ପିଡିତାକୁ ପୋଲିସ ଗିରଫ କରିବାର ଧମକ ଦେବା ଅତ୍ୟନ୍ତ ସାଙ୍ଘାତିକ କଥା ବୋଲି ସେମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ୫-ଟି ର କଥା କହୁଥିବା ବେଳେ ଏବଂ ମୋ ସରକାର ଯୋଜନା ମୁତାବକ ନୀରିହ ପିଡିତ ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ଆଗଭର ହୋଇଥିବା ବେଳେ କେନ୍ଦ୍ରାପଡା ପୋଲିସର ଏଭଳି ଅନୈତିକ ଆଚରଣ ଜନସ୍ୱାର୍ଥ ବିରୋଧୀ ବୋଲି ସେମାନେ କହିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ଏହାର ଦୃଢ ନିନ୍ଦା କରିବା ସହିତ ଅଭିଯୁକ୍ତ ସଭାପତି ଶ୍ରୀ ସାହୁଙ୍କୁ ତୁରନ୍ତ ଗିରଫ କରାଯିବା ଏବଂ ପିଡିତାକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛି । ନଚେତ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଗାମି ଦିନରେ ଗଣ ଧାରଣା ଦିଆଯିବା ସହ ବନ୍ଦ ଡାକରା ଦେବାକୁ ବାଧ୍ୟହେବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ କାନନବାଳା ଦାସ,ସୁମିତ୍ରା ସାମଲ,ରଶ୍ମିତା ସାହୁ,ଭାରତୀ ସାହୁ,ମନୀଷା ଜେନା,ସଙ୍ଘମିତ୍ରା ବିଶ୍ୱାଳ,ରାଜେଶ୍ୱରୀ ସ୍ୱାଇଁ,ମାଳତି ରାଉତ,ସଙ୍ଘମିତ୍ରା ମଲ୍ଲିକ,ସୁମିତ୍ରା ରାଉତ,କାଚଂନବାଳା ସ୍ୱାଇଁ,ଅନ୍ନପୂର୍ଣ୍ଣା ମଲ୍ଲିକ ପ୍ରମୁଖ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।


