ଗୁଣପୁରରେ ମା କାଳୀ, ଦୁର୍ଗା ଏବଂ ଗଜଲକ୍ଷ୍ମୀ ପୂଜାର ଶୁଭ ଖୁଣ୍ଟି ସ୍ଥାପନ

 ଗୁଣପୁର (ୱାଇ ଏନ ଏସ):-ଗଣେଶ ପୂଜା ଆରମ୍ଭ ପରେ ପରେ ଧରାପୃଷ୍ଠରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ  ଗୁଣପୁର ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ମା  କାଳୀ,ମା ଦୁର୍ଗା ଏବଂ ମା ଗଜଲକ୍ଷ୍ମୀ ପୂଜା ଆୟୋଜନ ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୁଣପୁର କୋର୍ଟ ଛକରେ ମା କାଳୀଙ୍କ ପୂଜା ପାଇଁ  , ବାଉରୀ ସାହି ଓ ଗାନ୍ଧୀ ନଗରରେ ଦୁର୍ଗା ପୂଜା ନିମନ୍ତେ ଏବଂ ବିବିଏନ ପୂଜା କମିଟି  ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ମଙ୍ଗଳ ବାର ଦିନ  ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତ ପୂଜା  ମଣ୍ଡପ ରେ ପାରମ୍ପରିକ ରୀତିରେ  ପୂଜାପାଠ କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। କୋର୍ଟ ଛକ କାଳୀପୂଜାରେ କର୍ତ୍ତା ଭାବରେ କମିଟି ର  ସମ୍ପାଦକ ନରସିଂହ ଶତପଥୀ ଦାୟିତ୍ଵ ତୁଲାଥିବା ବେଳେ ପୁରୋହିତ ଭାବେ ଗଞ୍ଜାମ ର ବରିଷ୍ଠ ପୁରୋହିତ ପ୍ରକାଶ ଚନ୍ଦ୍ର ଦାସ ଉପସ୍ଥିତ ରହି ପୂଜା ପାଠ  କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି  ରାଧା କୃଷ୍ଣ ପଟ୍ଟନାୟକଙ୍କ ତତ୍ଵବୋଧନରେ କାର୍ଯ୍ୟକ୍ରମ ସମ୍ପନ ହୋଇଥିଲା। ବାଉରୀ ସାହି ଦୁର୍ଗା ପୂଜା ନିମନ୍ତେ ଅନୁଷ୍ଠିତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ କାଉନସିଲର ପ୍ରମୋଦ କୁମାର ଦାସଙ୍କ ତତ୍ଵବୋଧନରେ ଅନୁଷ୍ଠିତ ହୋଇଥିଲା। ସେହିପରି ଗାନ୍ଧୀ ନଗର ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ଅତିଥି ରୂପେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ,ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ,ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ। ଅପର ପକ୍ଷରେ ବିବିଏନ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ଶୁଭଖୁଣ୍ଟି  ସ୍ଥାପନ କାର୍ଯ୍ୟକ୍ରମରେ ପୂଜକ ଭାବେ ପ୍ରକାଶ ରଥ,ନବୀନ ରଥ ,କାଶିନାଥ ରଥ  ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାଶ, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ତାଙ୍କ ସମର୍ଥକ ମାନଙ୍କ ସହ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ବ୍ୟତୀତ ପୋୖର ଅଧ୍ୟକ୍ଷା ମମତା ଗୌଡ଼ ଏବଂ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କମିଟିର ସଭାପତି ଜଗନ୍ନାଥ ପଟନାୟକ,ସମ୍ପାଦକ ବୁଲୁ ପାଢ଼ୀ,ସୁନୀଲ ପଣ୍ଡା, ବାବୁଲା ରଥ ,ଲକ୍ଷ୍ମୀ ମହାଙ୍କୁଡ଼ ପ୍ରମୁଖ ପରିଚାଳନା କରିଥିଲେ। ପୂଜା ମଣ୍ଡପ ନିକଟରେ କମିଟି ପକ୍ଷରୁ ବାଦ୍ୟ ବାଜଣା ମଧ୍ୟରେ ଅତିଥି ମାନଙ୍କୁ ଭବ୍ୟ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ