ଶ୍ରୀବଳଦେବଜୀଉଙ୍କ ବଡପଣ୍ଡା ଭଗବାନ ପତ୍ରୀଙ୍କ ପରଲୋକ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବଡପଣ୍ଡା, ପଣ୍ଡିତସଭାର ସଦସ୍ୟ ତଥା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଭଗବାନ ପତ୍ରୀଙ୍କର ୭୪ବର୍ଷ ବୟସରେ ବିୟୋଗ ହୋଇଯାଇଛି। କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଚକଡା ଗ୍ରାମରେ ଜନ୍ମିତ ପ୍ରଫେସର ପତ୍ରୀ ଚାକିରୀରୁ ଅବସରଗ୍ରହଣ ପରେ ଶ୍ରୀବଳଦେବଜୀଉଙ୍କ ସେବା କରିବା ସହ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିଲେ। ସେ ଜଣେ କର୍ମନିଷ୍ଠ, ପରୋପକାରୀ ବ୍ୟକ୍ତି ଭାବରେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଅସୀତ ଓ ବିଶ୍ୱପ୍ରକାଶଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ଅସୀତ ମୁଖାଗ୍ନି ଦେଇଥିଲେ।


