୧୯ ଟିକିଆ ହାତୀପୋଲଙ୍କ ଆତଙ୍କ, ଡ୍ରନ ମାଧ୍ୟମରେ କଳାହାଣ୍ଡି ପଠାଇଲା ବନ ବିଭାଗ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ଅଂଚଳବାସୀଙ୍କୁ ଦିନ ରାତି ଏକ କରିଥିଲେ ୧୯ ଟିକିଆ ହାତୀ ପୋଲ। ଗ୍ରାମରେ ଭୟର ବାତାବରଣ ଜଙ୍ଗଲରେ ଲୋକଙ୍କୁ ଚଳାଚଳ ଏକ ପ୍ରକାର ଠପ ହୋଇ ଯାଇଥିଲା ପ୍ରାୟ ଏକ ସପ୍ତାହ ହେବ। ୧୧ ଟିକିଆ ହାତୀ ଓ ଦୁଇଟି ଦୁଇ ମାସିଆ ଛୁଆ ଓ ଗତ ସପ୍ତାହକ ମଧ୍ୟରେ ଦୁଇଟି ଛୁଆ ଜନ୍ମ କରିଥିବାରୁ ଜଙ୍ଗଲ ଭିତରୁ ବାହାରୁ ନଥିଲେ ହାତୀ ପୋଲ। ରାତ୍ର ଫସଲ ନଷ୍ଟ କରୁଥିବା ବେଳେକରଞ୍ଜା ଓ ତିଡିମସ୍କା ଜଙ୍ଗଲରେ ଛପି ରହିଥିଲେ। ଭୟରେ ପଦାକୁ କି ଜଙ୍ଗଳକୁ ଚାଷ କାର୍ଯ୍ୟରେ ଯିବାକୁ ଭୟ କରୁଥିଲେ ଲୋକେ। ପରେ ଆଜି ସକାଳୁ ପାଦୁଲୁ ଗୁଡା, ପାଳ ଖମଣ, ଟିଡି ମସ୍କା ଗ୍ରାମର ଲୋକେ ଜଙ୍ଗଲରେ ହାତୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟ୍ର ବରଖା ପତ୍ର, ବନରଖି ହାତୀ ରଖି ଓ କର୍ମଚାରୀ ଘଟଣା ସ୍ତଲରେ ପହଁଚି ହାତୀକୁ ସ୍ଥାନ ଚିହ୍ନଟ କରିଥିଲେ। ପରେ ଡ୍ରନ ମଧ୍ୟରେ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ଡ୍ରନ ହାତୀ ନିକଟକୁ ଯିବାରୁ ୧୩ ବଡ଼ ଓ ଦୁଇଟା ଛୋଟ ହାତୀ ଜଙ୍ଗଲରୁ ବାହାରି ଗଲେ। କିନ୍ତୁ ଆଉ ଦୁଇଟି ମାଆ ଓ ସପ୍ତାହକର ଛୁଆ ହାତୀ ଜଙ୍ଗଲରୁ ବାହାରୁ ନଥିଲେ। ପୁଣି ଡ୍ରନ ଉକ୍ତ ହାତୀଙ୍କ ନିକଟକୁ ପଠାଇବାରୁ ମାଆ ଓ ଦୁଇଟା ଛୁଆ ହାତୀ ବାହାରି ଟିଡି ମସ୍କା ଗ୍ରାମ୍ୟ ଜଙ୍ଗଲଡେଇ କଳାହାଣ୍ଡି ଜିଲ୍ଲାର ତ୍ରିଲୋଚନ ପୁର ଅଞ୍ଚଳକୁ ଚାଲି ଯାଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ଉକ୍ତ ହାତୀପଲ କେତେ ଦିନ ଯାଉ ଛନ୍ତି ନା ଉକ୍ତ ଜଙ୍ଗଲରେ ଳୁଛି ରହିଛନ୍ତି ଆଉ କିଛି ଦିନପରେ ଜଣା ପଡିବ ବୋଲି ବନ ବିଭାଗ ପକ୍ଷରୁ ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ