ଗୁମ୍ଫାରେ ରହିଛି ବିମ୍ବିସାରଙ୍କ ସୁନା ଭଣ୍ଡାର

(ଯୁଗାଦ୍ଦ ନ୍ୟୁଜ), ଭାରତରେ ଥିବା କେତେକ ଐତିହାସିକ ସ୍ଥଳର ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ କରିବାକୁ ଅସମର୍ଥ । ସେହିପରି ଏକ ଗୁମ୍ଫା ରହିଛି ବିହାରର ରାଜଗିରିରେ । ଏଠାରେ ଥିବା ସାନ ଭଣ୍ଡାର ଗୁମ୍ଫାରେ ମଗଧର ମୌର୍ଯ୍ୟ ଶାସକ ବିମ୍ବିସାରଙ୍କ ଅସୁମାରୀ ଧନ ସମ୍ପତ୍ତି ରହିଛି । ଲୋକେ ଏନେଇ ଅନେକ କାହାଣୀ ମଧ୍ୟ କହିଥାନ୍ତି । ଏହି ଗୁମ୍ଫାର ଲମ୍ବ ୧୦.୪ ମିଟର, ଚୌଡ଼ା ୫.୨ ମିଟର ଏବଂ ଉଚ୍ଚା ୧.୫ ମିଟର । ଗୁମ୍ଫାର ଦ୍ୱାର ବଡ଼ ପଥରରେ ବନ୍ଦ ହୋଇଛି । ତେବେ ଏହାକୁ ଏପର୍ଯ୍ୟନ୍ତ କେହି ଖୋଲି ନ ଥିବା ସ୍ଥାନୀୟ ଲୋକେ କୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ