ଗୃହରକ୍ଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବାକୁ ମହାସଂଘ ଉପସଭାପତିଙ୍କ ଦାବୀ

ବନ୍ତ (ଚାନ୍ଦିନୀ ମହାନ୍ତି) : ଝାଡଖଣ୍ଡ ସୀମାନ୍ତରେ ମୟୁରଭଞ୍ଜ ଜିଲା ରରୁଆଁ ଥାନାର ୨ ଜଣ କାର୍ଯ୍ୟରତ ଗୃହରକ୍ଷୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଗୃହରକ୍ଷୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ରାଜ୍ୟ ଗୃହରକ୍ଷୀ ମହାସଂଘର ଉପସଭାପତି ପ୍ରକାଶ କୁମାର ଜେନା ଦାବୀ କରିଛନ୍ତି । ରାଜ୍ୟରେ ଗୃହରକ୍ଷୀ ମାନଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ ସେମାନଙ୍କ ପାଇଁ ଜୀବନବୀମା, ଇ.ଏସ୍‌.ଆଇ, ଇ.ପି.ଏଫ କିମ୍ବା ପେନସନର ସୁବିଧା ନାହିଁ । ଦୈନିକ ୩ ଶହ ଟଙ୍କା ମଜୁରୀରେ ଗୃହରକ୍ଷୀ ମାନେ କାର୍ଯ୍ୟ କରୁଛନ୍ତି । ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ୨୦୧୫ ମସିହା ଆଦେଶ ମୁତାବକ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଡବ୍ଲ୍ୟୁ.ପି ନଂ-୮୧୪୮/୧୮ ଫେବୃଆରୀ ୨୮ ତାରିଖରେ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ ରାୟ ପ୍ରକାଶ ପାଇଥିଲା । ମାସିକ ୫ ଶହ ଟଙ୍କା ଦେବା ସହିତ ୧ ମାସ ମଧ୍ୟରେ ୭ମ ପେ ଲାଗୁ କରିବା ପାଇଁ ଏହି ରାୟରେ ଉଲ୍ଲେଖ ଥିଲା । କିନ୍ତୁ ଅଦ୍ୟାବଧି ଉକ୍ତ ରାୟକୁ ପାଳନ କରାଯାଇନାହିଁ । ଗୃହରକ୍ଷୀ ମାନଙ୍କ ସୁରକ୍ଷା ଓ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟର ୧୭ ହଜାର ଗୃହରକ୍ଷୀ କାର୍ଯ୍ୟ ବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି ଉପସଭାପତି ପ୍ରକାଶ କୁମାର ଜେନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ