କରୋନା ପାଇଁ ଚାକିରୀ ଗଲା, ଦରମା କମିଲା
ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଏଥିଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କ ମଧ୍ୟରେ ଦରମା କାଟ ଓ ଛଟେଇ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ନେତୃବୃନ୍ଦ ଯଦିଓ କର୍ମଚାରୀ ଛଟେଇ ଏବଂ ବେତନ ହ୍ରସା ନ କରିବା ପାଇଁ କମ୍ପାନୀ ମୁଖ୍ୟମାନଙ୍କୁ ଆହ୍ୱାନ ଦେଇ ସାରିଛନ୍ତି ତଥାପି କର୍ମଚାରୀମାନେ ଭୟରେ ଜୀବନ କାଳାତିପାତ କରୁଛନ୍ତି । ଅଧିକାଂଶ ଉଦ୍ୟୋଗର ମୁଖ୍ୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନକୁ କର୍ଣ୍ଣପାତ କରୁନାହାନ୍ତି । ଗୁରୁଗାମ ଏକ କମ୍ପାନୀ କର୍ମଚାରୀଙ୍କୁ ଛୁଟିରେ ଯିବାକୁ କହିଥିବା ବେଳେ ବଜାଜ ଅଟୋ କର୍ମଚାରୀଙ୍କ ଦରମା କମାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଭିସ୍ତାରା ଏହାର କିଛି କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଇଛି । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପରେ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀ ଦରମା ପାଇନଥିବା ଜଣାପଡ଼ିଛି ।


