ଗୋଦରେଜ ଆପ୍ଲାଏନସେସ ପକ୍ଷରୁ ଭିତିଭୂମି ସମ୍ପ୍ରସାରଣ ସହ ଗବେଷଣା ଓ ବିକାଶ କ୍ଷମତାର ସୁଦୃଢ଼ୀକରଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୋଦରେଜ ଆପ୍ଲାଏନସେସ ପକ୍ଷରୁ ପୁଣେର ପିରାଙ୍ଗୁଟଠାରେ ଗବେଷଣା ଓ ବିକାଶ କେନ୍ଦ୍ର ସମ୍ପ୍ରସାରଣ କରାଯାଇଛି । ଗବେଷଣା ଓ ବିକାଶ କେନ୍ଦ୍ର ଆନେକ୍ସକୁ ଗୋଦରେଜ ଆଣ୍ଡ ବଏସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜମଶିଦ ଏନ୍ ଗୋଦରେଜ ଉଦଘାଟନ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ବିକାଶ ଏବଂ ପରୀକ୍ଷଣ କ୍ଷମତାକୁ ଦୁଇଗୁଣରୁ ଅଧିକ କରିବା, ଯାହା ଦ୍ୱାରା ଅଭିନବତା, ଗୁଣବତ୍ତା ଏବଂ ବୈଷୟିକ ଉନ୍ନତି ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ଦୃଢ଼ କରାଯାଇପାରିବ ।୪୩,୦୦୦ ବର୍ଗଫୁଟର ଅତିରିକ୍ତ ନୂତନ କ୍ଷେତ୍ର ସହିତ ସମ୍ପ୍ରସାରିତ ଗବେଷଣା ଓ ବିକାଶ କେନ୍ଦ୍ର ବ୍ରାଣ୍ଡକୁ ଏହାର ଗବେଷଣା ଏବଂ ମାନବ ସମ୍ବଳ ଶକ୍ତିକୁ ଦ୍ୱିଗୁଣିତ କରିବାରେ ସକ୍ଷମ କରିବ । ଏନଏବିଏଲ୍ ମାନ୍ୟତାପ୍ରାପ୍ତ ଲ୍ୟାବ ଏବଂ ଉନ୍ନତ ଅତ୍ୟାଧୁନିକ ଭିତ୍ତିଭୂମି ଏକ ଅଧିକ ଦକ୍ଷ ଏବଂ ଦୃଢ଼ ଉତ୍ପାଦ ବିକାଶ ପ୍ରକ୍ରିୟାକୁ ସକ୍ଷମ କରୁଛି । କୋଠା ମଧ୍ୟ ସ୍ଥାୟୀ ଭାବରେ ଡିଜାଇନ୍ କରାଯାଇଛି । ଏହାର ପରିସରରେ ପ୍ରାକୃତିକ ଆଲୋକର ସର୍ବାଧିକ ବ୍ୟବହାର କରାଯାଇଛି ଯାହା ବିଦ୍ୟୁତ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ସହଯୋଗିତାକୁ ପ୍ରୋତ୍ସାହିତ କରିବା ଏବଂ ଜ୍ଞାନ ଆଦାନ ପ୍ରଦାନକୁ ସକ୍ଷମ କରିବା ପାଇଁ କାର୍ଯ୍ୟାଳୟ ସ୍ଥାନ ଡିଜାଇନ କରାଯାଇଛି । ଗୋଦରେଜ୍ ଆପ୍ଲାଏନ୍ସର ବିଜନେସ୍ ହେଡ୍ ତଥା କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କମଲ ନନ୍ଦୀ କହିଛନ୍ତି ଯେ, ‘ଗୋଦରେଜ ଆପ୍ଲାଏନ୍ସରେ ଆମେ ସ୍ୱୀକାର କରୁଛୁ ଯେ ଉତ୍ପାଦ ବିକାଶ ଆମ ବ୍ରାଣ୍ଡର ମେରୁଦଣ୍ଡ । ତେଣୁ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଗବେଷଣା ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛୁ । ଏହା ଆମର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବିଶ୍ୱାସ କରୁଛୁ । ଏହି ବିଶ୍ୱାସ ପ୍ରତି ଆମର ପ୍ରତିବଦ୍ଧତା ଆମର ଗବେଷଣା ଓ ବିକାଶ ସୁବିଧାର ସମ୍ପ୍ରସାରଣରେ ପ୍ରତିଫଳିତ ହୋଇଛି ।’’ଏହି ବର୍ଦ୍ଧିତ ଗବେଷଣା ଏବଂ ବିକାଶ ବ୍ୟବସ୍ଥା ପିରାଙ୍ଗୁଟରେ ଆମର ସମୁଦାୟ ଗବେଷଣା ଏବଂ ବିକାଶ ନିବେଶ ଖର୍ଚ୍ଚକୁ ପାଖାପାଖି ୧୦୦ କୋଟି ଟଙ୍କାକୁ ବଢ଼ାଇଛି । ଏହା ଆମ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରୁଥିବା ଶୀର୍ଷ ସ୍ତରୀୟ ଉତ୍ପାଦ ପ୍ରଦାନ କରିବାକୁ ଆମର ସମର୍ପଣକୁ ସୂଚାଉଛି । ଏହି ସମ୍ପ୍ରସାରଣ ସହିତ ଆମେ ଆମର ଉତ୍ପାଦ ବିକାଶ ସମୟସୀମାକୁ ତ୍ୱରାନ୍ୱିତ କରିବା ଏବଂ ଆଗାମୀ ଦିନରେ ବଜାରକୁ ଅଧିକ ଉନ୍ନତ ଉପକରଣ ଆଣିବାକୁ ପ୍ରସ୍ତୁତ ରହିଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ