ଗୋପାଳଗାଁ ଶିରିଡ଼ି ସାଇ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) : ଓମ ଶ୍ରୀ ଶିରିଡ଼ି ସାଇ ମହିମା ଟ୍ରଷ୍ଟ ପକ୍ଷରୁ ବାଲେଶ୍ୱର ସହରର ଗୋପାଳଗାଁରେ ନିର୍ମିିତ ବାବା ଶିରିଡ଼ି ସାଇଙ୍କ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ପୂର୍ବାହ୍ନରେ ବୁଢ଼ାବଳଙ୍ଗ ନଦୀର ବାଲିଘାଟଠାରେ ଘଟ ଉତ୍ତୋଳନ ସହ ମହିଳା ସାଇଭକ୍ତଙ୍କ ଦ୍ୱାରା କଳସ ଶୋଭାଯାତ୍ରା ସହର ପରିକ୍ରମା କରି ମନ୍ଦିର ପରିସରରେ ପହଞ୍ଚଥିଲା । ମନ୍ଦିରରେ ଘଟସ୍ଥାପନା ସହ ଭକ୍ତିପୁତ ପରିବେଶ ମଧ୍ୟରେ ହୋମଯଜ୍ଞ ଆରମ୍ଭ କରାଯାଇଥିଲା । ଆଜି ପୂର୍ବାହ୍ନରେ ପ୍ରତିମୂଳ ପାଣିପାଗ ସତ୍ତ୍ୱେ ବହୁଭକ୍ତଙ୍କ ଉପସ୍ଥିତିରେ କରୋନା କଟକଣା ମଧ୍ୟରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟପର୍ବ ଆରମ୍ଭ ହୋଇଥିଲା । ବିଶିଷ୍ଟ ସାଇ ଉପାସକ ତଥା ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ମନ୍ଦିର ପରିସରରେ ପହଞ୍ଚି ଦୁଇଦିନ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ସେ ନବ ନିର୍ମିତ ଦ୍ୱିତଳ ବିଶିଷ୍ଟ ମନ୍ଦିରକୁ ଉଦଘାଟନ କରିବା ସହିତ ଶିରିଡ଼ି ସାଇବାବାଙ୍କ ସୁଦୃଶ୍ୟ ବିଗ୍ରହ ପ୍ରତିଷ୍ଠା କରିଥିଲେ । ବିଧି ମୁତାବକ ସେ ବାବାଙ୍କ ଶିରରେ ମୁକୁଟ ପିନ୍ଧାଇ ଆରତୀ କରି ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ କରିଥିଲେ । ଏଥି ସହିତ ବାବାଙ୍କ ମନ୍ଦିରର ଦୈନନ୍ଦିନ ପୂଜାବିଧି ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପୂଜକ ତଥା ଟ୍ରଷ୍ଟିବୋର୍ଡ଼ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମନ୍ଦିର ପରିସରରେ ଗୁରୁ ଭାଗବତ ଟୁଙ୍ଗୀ ମଧ୍ୟ ସେ ଉନ୍ମୋଚନ କରିଥିଲେ । ପ୍ରତ୍ୟେକ ଦିନ ଏଠାରେ ଯେପରି ଭାଗବତ ପାଠ କରାଯିବ ସେ ନେଇ ଉଚିତ ପଦକ୍ଷେପ ନେବା ଉପରେ ଯତ୍ନବାନ ହେବାକୁ ମନ୍ଦିର କମିଟି କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ । ଶିରିଡ଼ି ସାଇ ମହିମା ସଂସ୍ଥାନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ନିରୋଦ ମହାନ୍ତିଙ୍କ ସମେତ ଶ୍ରୀମତୀ ବିଜୟଲକ୍ଷ୍ମୀ ମହାନ୍ତି, ଅଭୟ ମହାପାତ୍ର, ନିକୁଞ୍ଜ ମହାନ୍ତି, ଲକ୍ଷ୍ମୀନାରାୟଣ ମହାନ୍ତି, ପୂର୍ଣ୍ଣେନ୍ଦୁ ଦାସମହାପାତ୍ର, ଡାକ୍ତର ବିରଞ୍ଚି ନାରାୟଣ ମହାନ୍ତି, ଶ୍ୱେତ କୁମାର ମହାପାତ୍ର, ଧ୍ରୁବ ଚନ୍ଦ୍ର ରଣା ପ୍ରମୁଖ ଟ୍ରଷ୍ଟବୋର୍ଡ଼ ସଦସ୍ୟ ଏବଂ ଅମର ମହାନ୍ତି, ବିପ୍ଳବ କୁମାର ମହାନ୍ତି, ବିଭୂପଦ ଦାସ, ଇଂ ପ୍ରଭାତ ଜେନା, କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ମହାନ୍ତି, ଡ. ଶିରୀଶ ଚନ୍ଦ୍ର ଜେନା, ମନୋଜ ଦାସ, ସଞ୍ଜୟ ମିଶ୍ର, ପ୍ରଦୀପ କୁମାର ଦାସ, ପ୍ରକାଶ ନାୟକ, ସଲୀଳ ରାୟ, ଦୀନାନାଥ ମାନ୍ନା, ଇଂ. ଅମ୍ବିକା ପିରି, ଚିତ୍ତରଞ୍ଜନ ଓଝା, ଅନୁପ ଚାଟାର୍ଜୀ, ବାବୁଲି ଚନ୍ଦ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପ୍ରଭାରଞ୍ଜନ ପଟ୍ଟନାୟକ, କାଳିଆ ଦାସ, ଲଲାଟେନ୍ଦୁ ମହାନ୍ତି, ସଂଗ୍ରାମ ଦାସ, ଗୋପନାରାୟଣ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବାରିପଦା, ଖନ୍ତାପଡ଼ା, ବାଲେଶ୍ୱର ଦର୍ଜିପୋଖରୀସ୍ଥିତ ସାଇମନ୍ଦିରର କର୍ମକର୍ତ୍ତାମାନଙ୍କ ସମେତ ଗୋପାଳଗାଁ ତଥା ସହରର ବିଭିନ୍ନ ଅଞ୍ଚଳରୁ ବହୁ ସାଇଭକ୍ତ ଏଥିରେ ଯୋଗ ଦେଇଥିଲେ । ଦୁଇଦିନ ଧରି ସମଗ୍ର ଗୋପାଳଗାଁ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।