ଗୌରୀ ମେମୋରିଆଲ ଲାଇବ୍ରେରୀର ୪ର୍ଥ ପ୍ରତିଷ୍ଠା ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :ଡ୍ରିମ୍ସ ଆଇଡିଆଲ ରେସିଡେନ୍ସିଆଲ ସ୍କୁଲରେ ଉତ୍କଳ ଦିବସ ଓ ଗୌରୀ ମେମୋରିଆଲ ଲାଇବ୍ରେରୀର ଚତୁର୍ଥ ପ୍ରତିଷ୍ଠା ଦିବସ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ମାତୃଭୂମି ଓ ମାତୃଭାଷାର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଲାଇବ୍ରେରୀର ସଭାପତି ସମାଜସେବୀ ଅଞ୍ଜଳି ପଣ୍ଡା, କାର୍ଯ୍ୟକାରୀ ସଭାପତି କବି କାଳୀପଦ ପଣ୍ଡା, ସହ-ସମ୍ପାଦକ ସାମ୍ବାଦିକ ସର୍ବେଶ୍ୱର ଦାସ ଓ ପୂର୍ବତନ ଜିଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶ, ସମାଜସେବୀ ଭାଗବତ ସାହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଲାଇବ୍ରେରୀର ସମ୍ପାଦକ ଗଙ୍ଗାଧର ଦାସ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ ଲାଇବ୍ରେରୀର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । ବିଦ୍ୟାଳୟର ସମ୍ପାଦକ ଭାବଗ୍ରାହୀ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପିତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ରେହେନା ବେଗମ, ଦୀପାଞ୍ଜଳି ଦାସ, ସତ୍ୟଭାମା ପ୍ରଧାନ, ମଧୁସ୍ମିତା ଦାସ, ଆରତୀବାଳା ଦାସ, ତୋଫାନୀ ମହାନ୍ତି, ମଧୁମିତା ମହାନ୍ତି, ଦେବଶ୍ରୀ ଗିରି, ରୂପଶ୍ରୀ ବେହେରା, ରୁନି ସଂ, ବାସନ୍ତି ସାମଲ, ହେନା ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ