ଗ୍ରାମ୍ୟ ନିର୍ମାଣ ବ୍ରଟଓଭର ୱାର୍କଚାର୍ଜ କର୍ମଚାରୀଙ୍କୁ ନିୟମିତ ଓ ପେନସନ ଦାବିରେ ବ୍ୟାପକ ଆନ୍ଦୋଳନ ଓ ଧାରଣା ତୃତୀୟ ଦିନରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଗ୍ରାମ୍ୟ ନିର୍ମାଣ ୱାର୍କଚାର୍ଜ କର୍ମଚାରୀ ମହାସଂଘର ତରଫରୁ ସେମାନଙ୍କ ନିୟୟମିତ ନିଯୁକ୍ତି ଓ ପେନସନ ଦାବିରେ ୟୁନିଟ୍‌-୪ସ୍ଥିତ ଗ୍ରାମ୍ୟ ନିର୍ମାଣ ଯନ୍ତ୍ରୀ ମୁଖ୍ୟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଓ ଧାରଣା କାର୍ଯ୍ୟକ୍ରମ ଗତ ୨୮ ତାରିଖରୁ ଆରମ୍ଭ ହୋଇ ଆଜି ତୃତୀୟ ଦିନରେ ପହଞ୍ôଚଛି । ତା ୧୨.୪.୧୯୯୩ ପୂର୍ବରୁ କାର୍ଯ୍ୟରତ ଏନ୍‌ଏମ୍‌ଆର, ଡ଼ିଏଲ୍‌ଆର ଓ ଜବ କଣ୍ଟ୍ରାକ୍ଟ କର୍ମଚାରୀଙ୍କୁ ଅର୍ଥ ବିଭାଗ ରେଜୁଲେସନ ତା ୧୫.୫.୧୯୯୭ ଅନୁସାରେ ବରିଷ୍ଠତା ଭିତ୍ତିରେ ନିୟମିତ ପଦବୀରେ ରେଗୁଲାର ନିଯୁକ୍ତି ପାଇଁ ନିୟମ ପ୍ରଣୟନ ହୋଇଥିଲା । ବିବେକର ବିଡ଼ମ୍ବନା ଯେ, ଗ୍ରାମ ନିର୍ମାଣ କ୍ଷେତ୍ରାଧିକାରୀ ଅଫିସରଙ୍କର ଉଦାସୀନ ମନୋଭାବ ଯୋଗୁ ଏନ୍‌ଏମ୍‌ଆର, ଡିଏଲ୍‌ଆର ମାନଙ୍କର ଚୁଡ଼ାନ୍ତ ଗ୍ରେଡ଼େସନ ପ୍ରସ୍ତୁତିରେ ପ୍ରତିବନ୍ଧକ ସୃଷ୍ଟି କରି ନିୟମିତ ନିଯୁକ୍ତିରେ ଅଚଳାବସ୍ଥା ସୃଷ୍ଟି କରାଯାଇଥିଲା । ଫଳତଃ ୭୫ ଭାଗ ପଦବୀ ଉଚ୍ଛେଦ କରାଗଲା ଏବଂ ନିୟମିତ ପଦବୀରେ ରେଗୁଲାର ନିଯୁକ୍ତି ଯୋଗ୍ୟ ଅସ୍ଥାୟୀ କର୍ମଚାରୀଙ୍କର ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିଦିଆଗଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତିକ୍ରମେ ୨୦୧୧ ମସିହାରେ ଗ୍ରାମ୍ୟ ନିର୍ମାଣ ଡ଼ିଏଲଆରମାନଙ୍କୁ ୱାର୍କଚାର୍ଜ ଇଷ୍ଟାବ୍ଲିସମେଣ୍ଟକୁ ରୂପାନ୍ତର କରାଯାଇଥିଲା । ୱାର୍କଚାର୍ଜ ନିୟମ ସର୍ତ୍ତାବଳୀ ଅନୁସାରେ ୫ ବର୍ଷ ପରେ ୱାର୍କଚାର୍ଜ କର୍ମଚାରୀଙ୍କୁ ୱେଜେସ ଇଷ୍ଟାବ୍ଲିସମେଣ୍ଟକୁ ରୂପାନ୍ତର କରାଯିବାର ଲିପିବଦ୍ଧ ଥିଲେ ମଧ୍ୟ ତାହା କାର୍ଯ୍ୟକାରିତାରେ ସଫଳ ରୂପାୟନ କରାଯାଉ ନାହିଁ । ଫଳସ୍ୱରୂପ ୩୫ରୁ ୪୦ ବର୍ଷ ଧରି ଅସ୍ଥାୟୀ ଭାବେ କାର୍ଯ୍ୟରତ ୱାର୍କଚାର୍ଜ କର୍ମଚାରୀ ଅଦ୍ୟାବଧି ରେଗୁଲାର ନିଯୁକ୍ତି ନ ପାଇ ବିନା ପେନସନରେ ଅବସର ଗ୍ରହଣ କରିଛନ୍ତି ଓ କେତେକ ଅବସର ନେବାକୁ ଯାଉଛନ୍ତି । ଗ୍ରାମ୍ୟ ନିର୍ମାଣ ସଂସ୍ଥାର କ୍ଷେତ୍ରାଧିକାରୀଙ୍କ ଅସହଯୋଗ, ଇଚ୍ଛାକୃତ ଅବହେଳା ବା ଅଭିନବ ଚାଲ୍ ଯୋଗୁ ଏନଏମ୍‌ଆର, ଡ଼ିଏଲଆର ଚାକିରୀ ସମୟର ଇପିଏଫ୍ ଦେୟ ପ୍ରଦାନ ହୋଇନଥିବା ତଥା ବହୁ ବିଳମ୍ବରେ ରେଗୁଲାରକୁ ରୂପାନ୍ତର ହୋଇଥିବାରୁ ଏନ୍‌.ପି.ଏସ୍ ଯୁକ୍ତ କର୍ମଚାରୀ କଣ୍ଟ୍ରିବ୍ୟୁସନ ଯୋଗ୍ୟ ହେଉନାହାଁନ୍ତି । ଅର୍ଥାତ୍ ଇପିଏଫ୍ କିମ୍ବା ଏନ୍‌.ପି.ଏସ୍ ଦୁଇଟିରୁ କୌଣସି ଗୋଟିଏ ପେନସନ ପାଇବା ଯୋଗ୍ୟ ବିବେଚିତ ହେଉନାହାଁନ୍ତି । ଅର୍ଥବିଭାଗ ସଂକଳ୍ପ ପତ୍ର ତା ୧୫.୫.୧୯୯୭ରେ ଲିପିବଦ୍ଧ ନିଯୁକ୍ତି ନିୟମ କାର୍ଯ୍ୟକାରିତାରେ କ୍ଷେତ୍ରାଧିକାରୀଙ୍କ ଅସହଯୋଗ ଯୋଗୁ ଦୀର୍ଘ ୪୦ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟରତ ଅସ୍ଥାୟୀ ବ୍ରଟ ଓଭର ୱାର୍କ ଚାର୍ଜ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି କିମ୍ବା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ । ଏଭଳି ଅଗଣତାନ୍ତ୍ରିକ ତଥା ସୁପରିକଳ୍ପିତ ଚିନ୍ତାଧାରା ବଦଳାଇବା ପାଇଁ ସଂଘ ତରଫରୁ ଦାବି କରାଯାଉଛି । ଅପରପକ୍ଷେ ରାଜସ୍ୱ ବିଭାଗ ଅସ୍ଥାୟୀ ଜବ୍ କଣ୍ଟ୍ରାକ୍ଟ (ଅବସର, ମୃତ) କର୍ମଚାରୀଙ୍କୁ ୨୦୦୫ ପରେ ରେଗୁଲାର ଦର୍ଶାଇ ସମସ୍ତ ଜବ୍ କଣ୍ଟ୍ରାକ୍ଟ କର୍ମଚାରୀଙ୍କୁ ୧୯୯୨ ପୁରୁଣା ପେନସନଭୁକ୍ତ କରାଯାଇଅଛି । ମାନ୍ୟର ଉଚ୍ଚ ନ୍ୟାୟାଳୟରେ କର୍ମଚାରୀଙ୍କ ତରଫରୁ ଦାଏର ହୋଇଥିବ ମୋକଦ୍ଦମାକୁ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ତା ୧୨.୪.୧୯୯୩ ରିଖ ପୂର୍ବରୁ ନିଯୁକ୍ତ ଏନ୍‌ଏମ୍‌ଆର, ଡ଼ିଏଲ୍‌ଆରରୁ ରୁପାନ୍ତରିତ ବ୍ରଟ ଓଭର ୱର୍କ ଚାର୍ଜ / ରେଗୁଲାର କର୍ମଚାରୀଙ୍କୁ ୧୯୯୨ ପେନସନ ନିୟମ ଲାଗୁ କରିବା ସପକ୍ଷରେ ମାନ୍ୟବର ଅଦାଲତ ଆଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ଯନ୍ତ୍ରୀ ମହୋଦୟ ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି କର୍ମଚାରୀଙ୍କ ଆପତ୍ତି ଅଭିଯୋଗ ଲାଘବ ପାଇଁ ବିହିତ ପଦକ୍ଷେପ ନେବାକୁ ସଂଘର ସଭାପତି କୃଷ୍ଣଚନ୍ଦ୍ର ନାୟକ ବିନମ୍ର ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ