ଗ୍ରାମ ପଞ୍ଚାୟତ କୃଷକ କଲ୍ୟାଣ ମଞ୍ଚ କିଶୋର ପ୍ରସାଦର ଉଠାଜଳସେଚନ ଓ ମାଳବନ୍ଧ ଦାବୀ ପୂରଣ ନହେଲେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି

ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୯ଗୋଟି ମୌଜାରେ ପ୍ରାୟ ୧୨ ହଜାରରୁ ଅଧିକ କୃଷକ ବାସ କରନ୍ତିି । ସେମାନେ ସମସ୍ତେ କ୍ଷୁଦ୍ର ଓ ନାମମାତ୍ର •ଷୀ । ଏ ପଞ୍ଚାୟତ ମହାନଦୀ କୂଳରେ ଓ ପାହାଡ଼ର ପାଦଦେଶରେ ଅବସ୍ଥିତ । •ଷ ଏମାନଙ୍କର ଏକ ସମ୍ବଳ ଓ ସାହା ଭରସା । ନିର୍ବାଚନ ଆସିଲେ ବିିଭିନ୍ନ ନେତାମାନେ ବୃତଙ୍ଗ ନଦୀବନ୍ଧ ଯୋଜନା ଆରମ୍ଭ କରି ଲୋକାମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖାଉଛନ୍ତି । ନିର୍ବାଚନ ସରିଗଲେ ସେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଯାଏ । ପ୍ରତ୍ୟେକବର୍ଷ ପାଣିର ଅଭାବରୁ ଧାନ ଫସଲ ନଷ୍ଟ ହୋଇଯାଏ ଓ ଜମି ପୁରା ପଡ଼ିଆ ରୁହେ । କିଶୋର ପ୍ରସାସ ଗାଁ ମଝିରେ ଥିବା ପୋଖରୀରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଗାଧୋଇ ଆତ୍ମା ଶାନ୍ତି କରୁଥିଲେ । ସେଥିରୁ ପାଣି ନେଇ ଗୋରୁଗାଈଙ୍କୁ ଗୋଧୋଇ ଦେଉଥିଲେ । କେହି କେହି ପୋଖରୀ ନିଲାମ ନେଇ ମାଛ •ଷ କରୁଥିଲେ । ଚୈତ୍ର ମାସରେ ଦାଣ୍ଡୁଆମାନେ ବାଲିଖେଳ ସାରି ଏହି ପୋଖରୀରେ ଗାଧୋଉଥିଲେ ଓ କାମନା ମନ୍ଦିରକୁ ଯାଇ ଦଣ୍ଡନୃତ୍ୟ ପାଇଁ ସଜବାଜ ହେଉଥିଲେ । ଦୁଃଖର କଥା ଏବେ ସେ ଗାଁ ପୋଖରୀ ପାଲଟିଛି ଟାଙ୍ଗାରା ଭୂଇଁ, ଝାଡ଼ା ପଡ଼ିଆ ଏବଂ ଗାଈ, ମଇଁଷି, ଛେଳ, ମେଣ୍ଢା ଚରାପଡ଼ିଆ । ସରକାରଙ୍କର ମୋ ପୋଖରୀ ଯୋଜନାଠାରୁ ଆରମ୍ଭ କରି ମହତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଥବା ଓଡ଼ିଶା ସରକାରଙ୍କ କାଳିଆ ଯୋଜନା, •ଷୀମାନଙ୍କର ଜଳ ସଙ୍କଟ ଦୂର କରିପାରି ନାହିଁ । ଏବେ ଗାଁ ମଶାଣି ପାଖରେ ଥିବା ମୂଷା ପୋଖରୀରେ, •ଷ ବିଲରେ ଥିବା କୂଅରେ ଓ ନଳକୂଅରେ ଲୋକମାନେ ଗାଧୋଉଛନ୍ତି । ଇଣ୍ଡିପଟା ଗ୍ରାମ ପୋଖରୀ ମଧ୍ୟ ପୋତି ହୋଇ ସେଥିରେ ପାଣି ନାହିଁ । ଗାଁ ଭିତରେ ଯାଇଥିବା ପାଣି ପାଇପ୍ରେ ପାଣି ଠିକ୍ ଭାବରେ ଆସୁନାହିଁ । ମୁଣ୍ଡିଆ ତଳେ ମେଡିକାଲ ଘର ତିଆରି ହୋଇଛି, ମଟର ସାଇକେଲ୍ ଯିବା ପାଇଁ ରାସ୍ତା ଠିକ୍ ନାହିଁ । ନୟାଗଡ଼ ଜିଲ୍ଲାରେ କୌଣସି ପ୍ରକାର କଳକାରଖାନା ନଥିବାରୁ ଯାହାଫଳରେ ବେକାର ସମସ୍ୟା ବଢିବାରେ ଲାଗିିଛି ଓ ଲୋକମାନେ ପେଟ ପୋଷିବା ପାଇଁ ବାହାରାକୁ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । ପ୍ରତ୍ୟେକ ନିର୍ବାଚିତ ପଞ୍ଚାୟତ ଓ ସମିିତ ସଭ୍ୟମାନେ ଏସବୁ ଦେଖି ନଦେଖିଲା ପରି ଅଭିନୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଆମ ଗାଁ, ଆମ ବିକାଶ ଯୋଜନା ଘୋଷଣା କଲାପରେ କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ସବୁ ଗାଁର •ଷୀମାନେ ଏକାଠି ହୋଇ ଏକ କୃଷକ କଲ୍ୟାଣ ମଞ୍ଚ ଗଢିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରାୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ (ଭୁବନେଶ୍ୱର), କୃଷମନ୍ତ୍ରୀ (ଓଡ଼ିଶା), ସାଂସଦ (କନ୍ଧମାଳ), ଜିଲ୍ଲାପା (ନୟାଗଡ଼), ବିଧାୟକ (ଦଶପଲ୍ଲା), ପଞ୍ଚାୟତ ସମିତି ଅଧ୍ୟକ୍ଷ (ଗଣିଆ), ତହସିଲ୍ଦାର (ଗଣିଆ), ମଣ୍ଡଳ ଉନ୍ନୟନ ଅଧିକାରୀ (ଗଣିଆ), ସମିତି ସଭ୍ୟ (କିଶୋର ପ୍ରସାଦ), ସରପଞ୍ଚ (କିଶୋର ପ୍ରସାଦ), ଜଳସମ୍ପଦ ସଚିବ (ଭୁବନେଶ୍ୱର), ସର୍ବୋଚ୍ଚ ଯନ୍ତ୍ରୀ (ଭୁବନେଶ୍ୱର), ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ (ନୟାଗଡ଼), ପ୍ରମୁଖ ଶାସନ ସଚିବ ଜଳସେଚନ ବିଭାଗ ଓଡ଼ିଶାଙ୍କୁ ଗୁହାରି କରିଛନ୍ତି । ସେମାନେ ମେଞ୍ଚା ମେଞ୍ଚା କଥା କହି ଚଷୀମାନଙ୍କୁ ପ୍ରତାରିତ କରିଛନ୍ତି । ଏବେ •ଷୀକୂଳ ହତାଶ । ଶେଷରେ ମାର୍ଚ୍ଚ ୧୯ ତାରିଖରେ ଗ୍ରାମ ପଞ୍ଚାୟତ କୃଷକ କଲ୍ୟାଣ ମଞ୍ଚ ବୈଠକ ଅନୁଷ୍ଠିତ ହୋଇଥିଲା । ପାଣି ନାହିଁ ତ ଭୋଟ ନାହିଁ ବୋଲି ଏକାଠି ହୋଇଥିବା •ଷୀମାନେ ନିର୍ଦ୍ଦୟ ସରକାରୀ ବାବୁମାନଙ୍କୁ ଜଣାଇଛନ୍ତି ଓ ସରକାରଙ୍କୁ ଇସାରା ଦେଇଛନ୍ତି ମାଳବନ୍ଧ ଓ ଉଠାଜଳସେଚନ ଯୋଜନା କାର୍ଯ୍ୟକାରୀ ନହେଲେ କିଶୋର ପ୍ରସାଦ, ଗଣିଆ ଓ ବେଲପଡ଼ାର ୩ଟି ପଞ୍ଚାୟତର ହଜାର ହଜାର •ଷୀ ଭୋଟ ବର୍ଜନ କରି ରାଜରାସ୍ତାକୁ ଓହ୍ଲାଇ ଆସିବେ ବୋଲି ମଞ୍ଚର ସଭାପତି ଦାଶରଥି ପଣ୍ଡା, ଉପସଭାପତି ମନ୍ଦରଧର ନାୟକ, ସମ୍ପାଦକ ପାଣ୍ଡବ ରଣା, ମୁଖ୍ୟ କର୍ମୀ, ମାର୍କଣ୍ଡ ପ୍ରଧାନ, ଶିବ ବେହେରା, ସୁଦର୍ଶନ ଗଣ୍ଠିଆ, ଭିକାରୀ ସାମଲ, ଆନନ୍ଦ ଚନ୍ଦ୍ର ରାଉତ, ଶରତ ଚନ୍ଦ୍ର ପୃଷ୍ଟି ଓ କୃଷକ କଲ୍ୟାଣ ମଞ୍ଚର ସମସ୍ତ ସଦସ୍ୟ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ