ଘନ କୁହୁଡ଼ି ରେ ଆଚ୍ଛାଦିତ କୋରାପୁଟ ମାଳ ଭୂମି, ଯାତାୟାତରେ ସମସ୍ୟା
କୋରାପୁଟ (ହେମନ୍ତ ପାଣିଗ୍ରାହୀ) ଶୀତ ମୁହଁ ଦେଖାଉଛି ପୁଣି ଚାଲିଯାଉଛି । ଶୀତର ଲୁଚକାଳି ଖେଳକୁ ଅଦିନିଆ ବର୍ଷାରେ ଚାଷୀକୂଳ ହତାଶ ହୋଇପଡିଛନ୍ତି । ଲଘୁଚାପ ବର୍ଷାର ମାଡ଼ରେ ଧାନ ଓ ପରିବା ଚାଷୀ ଚେପା ହୋଇ ପଡିଛନ୍ତି । ଫସଲ ନଷ୍ଟ ଭିତରେ ସେମାନେ ସଢ଼ୁଛନ୍ତି । ଋଣ କିପରି ଶୁଝିବେ ସେହି ଚିନ୍ତା ଖାଉଛି।ଏଣେ ଶୀତ ଦିନେ ଦି ଦିନ ହେଉଛି ପୁଣି ଅସହ୍ୟ ଖରା ହେଉଛି।ସକାଳୁ ସକାଳୁ ଘନ କୁହୁଡି ରେ ଆଚ୍ଛାଦିତ ହେଉଛି ପୁରା ଅଞ୍ଚଳ।ଅତି ନିକଟରୁ ମଧ୍ୟ କିଛି ଦେଖା ଯାଉନି।ସକାଳ ୮ ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖା ଯାଉ ନାହାନ୍ତି।ଯାତ୍ରୀ ବାଇକ ରେ ଗଲେ ଲାଇଟ୍ ଲଗାଇ ଯାଉଥିବା ଦେଖିବାକୁ ମିଲୁଛି।ସାଇକେଲ ଯାତ୍ରୀ ମଧ୍ଯ ଦୁର୍ଘଟଣା ଭୟରେ ଚାଲି ଚାଲି ଯାଉଥିବା ଦେଖା ଯାଉଚି।ଏମିତି ଅବସ୍ଥା କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଠାରୁ ଲକ୍ଷ୍ମୀପୁର, ପଟାଙ୍ଗି ଠାରୁ ଦଶମନ୍ତପୁର, କୋରାପୁଟ ଠାରୁ କୋଟପାଡ ଆଦି ଅଞ୍ଚଳରେ ଲାଗି ରହିଛି।କେବଳ କୋରାପୁଟ ଜିଲ୍ଲା ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ବି ସମାନ ସ୍ଥିତି।ପର୍ଯ୍ୟଟକଙ୍କୁ ଏଭଳି ପରିବେଶ ଭଲ ଲାଗୁଛି ସତ।କିନ୍ତୁ ଯାତାୟାତରେ ପ୍ରମୁଖ ଅନ୍ତରାୟ ସାଜିଛି ଘନ କୁହୁଡି। ମୁହଁ କୁ ମୁହଁ ଦେଖା ଯାଉନି।ଦୁର୍ଘଟଣାର ଭୟ ଲାଗି ରହୁଛି।ପରିବେଶ ପ୍ରଦୂଷଣ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଥିବା ପରିବେଶବିତ ମାନେ କହୁଥିବା ବେଳେ ଆଗାମୀ କିଛି ଦିନ ଏଭଳି ସ୍ଥିତି ଜାରି ରହିବ ଏବଂ ଯାତାୟାତରେ ସର୍ତ୍ତକତା ଅବଲମ୍ବନ କରିବାକୁ ପାଣିପାଗ ବିଜ୍ଞାନୀ ଗୁରୁତ୍ବାରୋପ କରିଛନ୍ତି।