ଘରେ ପଶି ମହିଳା ଙ୍କୁ ଅସଦାଚରଣ ଓ ହତ୍ୟା ଉଦ୍ୟମ ମାମଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମର ଝାଡ଼ିଆ ନାହାକ ଏବଂ ତାଙ୍କ ପୁଅ ବଳିଆ ନାହାକ ଙ୍କୁ ପୋଲିସ ଗିରଫ କରି ଶୁକ୍ରବାର ଅପରାହ୍ନ ରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୨୭/୨୨ ଦଫା – ୨୯୪/୩୦୭/୩୨୩/୩୨୪/୩୫୪(ଖ)/୪୫୨/୩୪ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ୱୟ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଗୁରୁବାର ରାତି ପ୍ରାୟ ୮ ଟାରେ ଅଭିଯୁକ୍ତ ବାପା ପୁଅ ଦୁହେଁ ଗ୍ରାମର ଉପରସାହି ରେ ରହୁଥିବା କାମା ନାହାକ ଙ୍କ ଘରେ ପଶି ତାଙ୍କ ୨ ଝିଅ ଙ୍କୁ ଟଣା ଓଟରା କରିବାସହ ଅସଦାଚରଣ କରିଥିଲେ। ଖବର ପାଇ କାମା ଙ୍କ ସମ୍ପର୍କୀୟ ବଳିଆ ପ୍ରଧାନ ଏବଂ କାଳିଆ ପ୍ରଧାନ ଆସି ଘଟଣା ପଚାରିବାରୁ ଏକ ଛୁରୀ ରେ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା।କାଳିଆ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସା କରାଯାଉଛି।ଟଙ୍କା କରଜ କୁ କେନ୍ଦ୍ରକରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ