ଘରେ ମହାଭାରତ ଅଛି କି
ଆମେ ଠାକୁର ଘରେ ବିଭିନ୍ନ ଧର୍ମଗ୍ରନ୍ଥ ରଖୁ । ମହାଭାରତ, ଭାଗବତ, ଗୀତା ସହିତ ଅନେକ ଶ୍ଳୋକ ବହି ରଖି ପୂଜା ହୁଏ । ସେଥିରୁ ଅନେକ ଜାଣିନଥିବେ ଯେ ଏସବୁ ଧର୍ମ ଗ୍ରନ୍ଥ କେଉଁଠି ଓ କେମିତି ରଖିବା କଥା । ଶାସ୍ତ୍ରବିତ୍ଙ୍କ ମତରେ ମହାଭାରତ ଗ୍ରନ୍ଥକୁ ଆପଣ କେବେ ବି ଠାକୁର ଘରୁ ବାହାର କରନ୍ତୁ ନାହିଁ । ଏଥିସହ ମହାଭାରତ ଯୁଦ୍ଧର ଫଟୋକୁ ମଧ୍ୟ କେବେ ବାହାରେ ଟାଙ୍ଗନ୍ତୁ ନାହିଁ । ମହାଭାରତ ଗ୍ରନ୍ଥ ଓ ବହିର ପ୍ରକୃତ ସ୍ଥାନ ଠାକୁର ଘରେ । ଏହି ଦୁଇଟି ଜିନିଷକୁ ବାହାରେ ରଖିଲେ ଅମଙ୍ଗଳ ହୁଏ ।ଧନୀ ହୋଇପାରନ୍ତିନି ଏମାନେଅବଶ୍ୟ କାହାର ଭବିଷ୍ୟତ ସମ୍ପର୍କରେ ବିଚାର କରିବା ଆମର କାମ ନୁହେଁ । ମାତ୍ର ଯାହା ପୁରାଣରେ ବର୍ଣ୍ଣିତ ତାହା ଆମେ ଆଜି ଏଠାରେ ଉପସ୍ଥାପନ କରିବୁ । ବ୍ୟକ୍ତି ଭିତରେ ଏମିତି କିଛି ଗୁଣ ରହିଥାଏ ଯାହାକି ସବୁବେଳେ ତାଙ୍କୁ ଗରିବ ହୋଇ ରହିବା ପାଇଁ ବାଧ୍ୟ କରିପକାଏ । ଆସନ୍ତୁ ଜାଣିବା ସେ ଗୁଣ ସବୁ କ’ଣ । କେଉଁ ଗୁଣ ସବୁ ଥିଲେ ବ୍ୟକ୍ତି କେବେ ବି ଜୀବନର ଧନୀ ହୋଇପାରିବ ନାହିଁ ।ଖାଇବା ଥାଳିରେ କେବେ ବି ଖାଦ୍ୟ ଛାଡନ୍ତୁ ନାହିଁ । ଏହି ପରି ଅଭ୍ୟାସ ରଖୁଥିବା ବ୍ୟକ୍ତି ପାଖରେ କେବେ ବି ମାଆ ଲକ୍ଷ୍ମୀ ରହନ୍ତି ନାହିଁ । ତେଣୁ ଯେତିକି ଖାଇପାରିବେ ସେତିକି ବାଢ଼ନ୍ତୁ । ଖାଇବା ଥାଳିରେ ବଳକା ଖାଦ୍ୟ ରଖନ୍ତୁ ନାହିଁ ।ଆବଶ୍ୟକ ଓ ଇଚ୍ଛା ଭିତରେ ପାର୍ଥକ୍ୟକୁ ବୁଝନ୍ତୁ । ଯାହା ଇଚ୍ଛା ହେଉଛି ସେ ସବୁ ଯେ ଆପଣ କିଣି ପକାଇବେ ତାହା ନୁହେଁ । ବାସ୍ତବରେ ଆବଶ୍ୟକ ରହିଥିବା ଜିନିଷ କିଣନ୍ତୁ । ଟଙ୍କାକୁ ସମ୍ମାନ ଦେବା ଅର୍ଥ ମାଆ ଲକ୍ଷ୍ମୀଙ୍କୁ ସମ୍ମାନ ଦେବା । ଏପରି ଲୋକଙ୍କ ଉପରେ ମାଆ ଲକ୍ଷ୍ମୀ ପ୍ରୀତ ହୋଇଥାନ୍ତି ।


