ଛୋଟ ଛୋଟ ଅଭ୍ୟାସ ବି ଭବିଷ୍ୟତ ଉପରେ ଗଭୀର ଭାବେ ପ୍ରଭାବ ପକାଏ
ସବୁବେଳେ ନିଜେ ଶୋଇବା ଘର ବ୍ୟତୀତ ଗାଧୁଆ ଘର ଏବଂ ରୋଷେଇ ଘରକୁ ପରିଷ୍କାର କରନ୍ତୁ । ନିଜକୁ ପରିଷ୍କାର ରଖୁନଥିବା ବ୍ୟକ୍ତି ଯେ ନିଜର ଭବିଷ୍ୟତ ବେକେ ସୁଧାରିପାରେ ସେ ବିଶ୍ୱାସ କରାଯିବା ଅନୁଚିତ ।ଧନ ପଛରେ ଧାଇଁଲେ ଧନ ମିଳିନଥାଏ । ଜ୍ଞାନ ପଛରେ ଧାଇଁଲେ ଧନ ମିଳିଥାଏ ବୋଲି କଥା ରହିଛି । ଆପଣ ଯଦି ଭବିଷ୍ୟତରେ ଖୁବ୍ ଅର୍ଥ ଉପାର୍ଜନ କରିବାକୁ ଚାହାଁନ୍ତି ତେବେ ଅର୍ଥ ନୁହେଁ ସାମର୍ଥ୍ୟକୁ ଗୁରୁତ୍ୱ ଦିଅନ୍ତୁ ।ରାତ୍ରି ଭୋଜନରେ ସାମିଲ କରନ୍ତୁ ଏସବୁସାଧାରଣତଃ ଲୋକମାନେ ଜଳଖିଆ କମ୍ ଖାଇଥାନ୍ତି ଏବଂ ରାତ୍ରି ଭୋଜନ ଟିକିଏ ଭାରି ନେଇଥାନ୍ତି ଅର୍ଥାତ ଅଧିକ ଖାଇଥାନ୍ତି । ଯଦି ଆପଣ ଫିଟ ରହିବାକୁ ଚାହୁଁଛନ୍ତି, ତାହା ହେଲେ ରାତିରେ ୪୫୦ରୁ ୫୦୦ କ୍ୟାଲୋରୀ ଖାଦ୍ୟ ଖାଇବା ଉଚିତ । ଶରୀରକୁ ଶକ୍ତି ଯୋଗାଇବା ଲାଗି ରାତିରେ କାର୍ବୋହାଇଡ୍ରେଟ୍ ଖାଇବା ଉଚିତ । ମାତ୍ର କମ୍ ପରିମାଣର । ଯେପରି ଖାଦ୍ୟର ୫୦ରୁ ୫୫ ପ୍ରତିଶତ ନ ଟପେ । ଏଭଳି ଖାଦ୍ୟ ଖାଇବା ଦ୍ୱାରା ଆପଣ ଫିଟ୍ ରହିବେ । ଫିଟ୍ ରହିବା ପାଇଁ ରାତିରେ ୨୫ରୁ ୩୫ ଗ୍ରାମ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଏହା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ । ସମସ୍ତେ ଚାହାଁନ୍ତି ଫ୍ୟାଟ ଫ୍ରି ଖାଦ୍ୟ ଖାଇବାକୁ । କିନ୍ତୁ ନିଜେ ଫିଟ୍ ରହିବା ପାଇଁ କିଛିଟା ଫ୍ୟାଟ୍ଯୁକ୍ତ ଖାଦ୍ୟ ଖାଇବା ଜରୁରୀ । ଫିଟ୍ ରହିବା ପାଇଁ ରାତ୍ରି ଭୋଜନରେ ୨୫ ଗ୍ରାମ ଫାଇବର ଫୁଡ ଖାଇବା ଉଚିତ । ରାତ୍ରି ଭୋଜନରେ ଅତି କମ୍ରେ ୮ ଗ୍ରାମ ଫାଇବର ଫୁଡ ସାମିଲ କରନ୍ତୁ । ଡିନର୍ରେ ୪ ଗ୍ରାମ ସୁଗାର ମଧ୍ୟ ସାମିଲ କରନ୍ତୁ । ଯେତେ ଶୀଘ୍ର ଆପଣ ଡିନର୍ କରିବେ, ସେତେ ଆପଣଙ୍କ ପାଇଁ ଭଲ ।


