ଘରୋଇ କଳହରୁ ୮୦ ବର୍ଷର ବୃଦ୍ଧଙ୍କ ବିଷ ଖାଇ ଆତ୍ମହତ୍ୟା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଘରୋଇ କଳହରୁ ଜଣେ ୮୦ ବର୍ଷର ବୃଦ୍ଧ ମୂଷା ମରା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ସାଦେରା ଗ୍ରାମର ରଘୁ ବିଷୋୟୀ (୮୦)। ରଘୁଙ୍କ ଦୁଇ ଝିଅ ଅନ୍ୟତ୍ର ବାହାହୋଇ ଚାଲିଯାଇଥିବା ବେଳେ ଘରେ ୭୫ ବର୍ଷର ସ୍ତ୍ରୀ ସହିତ ରହି ଆସୁଥିଲେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ ଲାଗି ରହୁଥିଲା। ଗତ ଗୁରୁବାର ସନ୍ଧ୍ୟାରେ ଘରେ ମୂଷା ମାରିବା ପାଇଁ ରଖା ଯାଇଥିବା ବିଷକୁ ରଘୁ ପିଇଦେବା ପରେ ତାର ଅବସ୍ଥା ଗୁରୁତର ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ ଓ ଚିକିର୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଗାଙ୍ଗପୁର ପୋଲିସ ସେଠାରେ ପହଂଚି ଶବକୁ ଜବତ କରିବା ସହ ୦୧/୨୪ ରେ ଏକ ଅପମୃତ୍ୟୁ ମାମଲା ୠଜୁକରି ଶବକୁ ଭଞ୍ଜନଗର ଠାରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ