ଘର ଘର ବୁଲି ଥର୍ମାଲ ସ୍କ୍ରିନିଂ କଲେ ଦିବ୍ୟାଙ୍ଗ ରମେଶ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଦୃଢ଼ ମନୋବଳ ଥିଲେ ଅସମ୍ଭବ ହୋଇଯାଏ ସମ୍ଭବ । ଏପରି ଉଦାହରଣ କରି ଦେଖାଇଛନ୍ତି ଛତ୍ରପୁର ସହର ରେ ରହୁଥିବା ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଖେଳାଳି ଭି.ରମେଶ ରାଓ । ନିଜର ବ୍ୟକ୍ତିଗତ ଆଗ୍ରହ ତଥା ସେବା ମନୋବୃତି ପାଇଁ ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ବି ଛତ୍ରପୁର ସହରରେ ସାହି ସାହି ବସ୍ତି ବସ୍ତି ବୁଲି ସେ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଆଦି ବାଂଟିବା ସହ ତାପମାତ୍ର ଯନ୍ତ୍ର ସାଥିରେ ଧରି ଲୋକଙ୍କର ଥର୍ମାଲ ସ୍କ୍ରିନିଂ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି । ସାମାଜିକ ଦୂରତା ରକ୍ଷା ସହ ହାତ ଧୋଇବା ସମ୍ପର୍କରେ ଲୋକ ଙ୍କୁ ସଚେତନତା ସୃଷ୍ଟି କରାଉଛନ୍ତି ରମେଶ । ରମେଶ ଜଣେ କ୍ରୀଡ଼ାବିତ୍ । ୨୨ଟି ଦେଶରେ ଭିନ୍ନ ଭିନ୍ନ ସମୟରେ ଖେଳି ସେ ପଦକ ମଧ୍ୟ ହାସଲ କରିଛନ୍ତି । ତାଙ୍କର ଏହି ସେବା ମନୋବୃତି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉତମ କ୍ରୀଡ଼ା ପ୍ରଦର୍ଶନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ତଥା ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଓ ଏବେକାର ୫-ଟି ସଚିବଙ୍କଠାରୁ ମାନପତ୍ର ଓ ପ୍ରଶଂସା ପତ୍ର ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ