ବେତାରସିଙ୍ଗ ସ୍କୁଲରେ ସମଗ୍ର ଶିକ୍ଷା ପରିଷଦ ଲୋଗୋ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବେତାରସିଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ସମଗ୍ର ଶିକ୍ଷା ପରିଷଦ ର ଲୋଗୋ ଅଙ୍କନ କରାଇ ପଦର୍ଶିତ କରିଛନ୍ତି। ଗୋଲାବନ୍ଧ ଗ୍ରାମ ପଞ୍ଚାୟତର ବେତାରସିଙ୍ଗ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ସମେତ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନରେ ନିୟୋଜିତ ଅଛନ୍ତି। ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରି ପରିବେଶ ସୁନ୍ଦର କରିବା ସହ ବିଦ୍ୟାଳୟକୁ ସୁନ୍ଦରଭାବେ ସଜାଇ ଶୈକ୍ଷିକ ବାତାବରଣ ସୃଷ୍ଟି କରିଛନ୍ତି। ବିଦ୍ୟାଳୟ କାନ୍ଥରେ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଅତି ସୁନ୍ଦର ଭାବେ “ସମଗ୍ର ଶିକ୍ଷା ପରିଷଦ”ର ଲୋଗୋ ସହ ବିଭିନ୍ନ ଶିକ୍ଷଣୀୟ ଚିତ୍ର ଅଙ୍କନ କରିବା ଦ୍ୱାରା ବିଦ୍ୟାଳୟର ସୌନ୍ଦର୍ଯ୍ୟ ଆହୁରି ଆକର୍ଷଣୀୟ ହୋଇପାରିଛି। ସେହିପରି ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କ ସମେତ ଶିକ୍ଷକ ଟି.ଅରବିନ୍ଦ ପାତ୍ର, କାହ୍ନୁ ଚରଣ ପାତ୍ର, ଭଗବାନ ସ୍ବାଇଁ, ମହେଶ୍ବର ବିଷୋୟୀ ଓ ରାକେଶ କୁମାର ଦାଶ ଏବଂ ଶିକ୍ଷୟିତ୍ରୀ ମିନାକ୍ଷୀ ମହାନ୍ତି ଓ ସୁନିତା ପାଣିଗ୍ରାହୀ ଉତ୍ତମ ଶିକ୍ଷାଦାନ ପ୍ରଦାନ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ