ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୧ ବେଚ୍ ଦଶମ ଶ୍ରେଣୀ ପୂରାତନ ଛାତ୍ରମାନଙ୍କ ବନ୍ଧୁମିଳନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୧ ବେଚ୍ ଦଶମ ଶ୍ରେଣୀ ପୂରାତନ ଛାତ୍ରମାନଙ୍କର ନୂତନ ବର୍ଷ ବନ୍ଧୁମିଳନ ଉତ୍ସବ ମହା ଆଡ଼ମ୍ବରରେ ମାଁ ବାପାଙ୍ଗୀ ପୀଠରେ ଇଂରାଜୀ ତା. ୦୩.୦୧.୨୦୨୧ ଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଦୂର ଦୂରାନ୍ତରୁ ବହୁ ଛାତ୍ର ବନ୍ଧୁ ଆସି ଯୋଗଦାନ କରିଥିଲେ । ବାଲ୍ୟକାଳରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସାଥିହୋଇ ପାଠପଢ଼ା ସମୟର କଥାବସ୍ତୁ କୁ ମନେପକାଇ ବନ୍ଧୁତ୍ବ ସମ୍ପର୍କ କୁ ଆହୁରି ନିକଟତର କରିପାରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ପୂରାତନ ଛାତ୍ରଟିମ୍ ର ସଭାପତି ଶ୍ରୀ ଭାସ୍କର ସାହୁ ବାର ଆସୋସିଏସନ୍ ବ୍ରହ୍ମପୁର ର ଆସିଷ୍ଟାଣ୍ଟ ସେକ୍ରେଟାରୀ ଶ୍ରୀ ଶ୍ରୀଧର ସାହୁ ଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ଏବଂ ଏହାସହିତ ଆମର ଛାତ୍ର କବି ଶ୍ରୀ ଗିରିଧାରୀ ସାହୁ ଙ୍କୁ ମଧ୍ୟ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ପ୍ରାୟ ୪୫ ଜଣ ଛାତ୍ର ବନ୍ଧୁ ଯୋଗଦାନ କରିଥିଲେ ଏବଂ ଏକ ସଭାର ଆୟୋଜନ କରାଯାଇ ସେମାନଙ୍କ ମଧ୍ୟରୁ ୨୦୨୧ ସାଲ୍ ପାଇଁ ଶ୍ରୀ ଭାସ୍କର ସାହୁ ଙ୍କୁ ପୁଣି ଆଉଥରେ ସଭାପତି କାର୍ଯ୍ୟ ସମ୍ପାଦନ କରିବା ପାଇଁ ସର୍ବସମ୍ମତିକ୍ରମେ ବଛା ଗଲା । ଏଥିରେ ଶ୍ରୀ ନରେନ୍ଦ୍ର ସାହୁ, ସୁଧାଂଶୁ ଶେଖର ପୋଲାଇ, ପ୍ରଣବ ପ୍ରକାଶ ସାହୁ, ଦେବୀ ପ୍ରସାଦ ପଣ୍ଡା, ରାମକୃଷ୍ଣ ରାଉତ, ରାମଚନ୍ଦ୍ର ମିଶ୍ର, ମହେଶ୍ୱର ପାତ୍ର, ଜିତେନ୍ଦ୍ର ସୁବୁଦ୍ଧି, ଚିନାଲୁ ହରିଶ୍ଚନ୍ଦ୍ର ପାତ୍ର, ଗୋବର୍ଦ୍ଧନ ବେହେରା, ଲୋକନାଥ ପ୍ରଧାନ, ପ୍ରତାପ ଚନ୍ଦ୍ର ବିଷୋୟୀ, ବୁଲୁ ଆଚାରୀ, ସୁଶାନ୍ତ କୁମାର ପ୍ରଧାନ, ଭୋଳାନାଥ ପାତ୍ର, ଦାଶରଥି ବେହେରା, ସଦାଶିବ ସୁବୁଦ୍ଧି ଓ ଶୁରେସ ଗୈାଡ ଆଦି ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ର ସହିତ ସଭାକାର୍ଯ୍ୟ ଶେଷ କରିଥିଲେ । ୧୯୯୧ ବେଚ୍ ଛାତ୍ର ମାନଙ୍କ ମଧ୍ୟରୁ ବିକଶିତ କବି ଗିରିଧାରୀ ସାହୁ ବନ୍ଧୁ ମାନଙ୍କୁ ମନେପକାଇବା ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ ।ସଭାପତି ଭାସ୍କର ସାହୁ ଧନ୍ୟବାଦ୍ ଦେଇ ଏମିତି ପ୍ରତି ବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଆହ୍ୱାନ ଦେଇ ସଭାକାର୍ଯ୍ୟ ଶେଷ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ